ରାଜ୍ୟ ସରକାରଙ୍କ ମାତ୍ର ୧୨ ଟଙ୍କା ଦୈନିକ ମଜୁରୀ ବୃଦ୍ଧି ଶ୍ରମିକ ସମାଜ ପ୍ରତି ଉପହାସ : ଟି.ୟୁ.ସି.ଆଇ

add-all

ଭୁବନେଶ୍ୱର, ୦୭/୦୪. ଅତ୍ୟାବଶ୍ୟକୀୟ ସାମଗ୍ରୀ ର ଦରଦାମ୍ ହୁ ହୁ ହୋଇ ବୃଦ୍ଧି ହୋଇ ହୋଇ ଚାଲିଥିବା ସମୟରେ ନବୀନ ସରକାରଙ୍କ ଗୁରୁ ଦାୟିତ୍ବ ଥିଲା ଯେ, ଶ୍ରମିକମାନଙ୍କ ଉପରୁ ଦରଦାମ୍ ବୃଦ୍ଧି କୁ ହାଲକା କରିବା ପାଇଁ ସମୟୋପଯୋଗୀ ଦୈନିକ ମଜୁରୀ ବୃଦ୍ଧି କରିବା ନବୀନ ସରକାରଙ୍କ ଏକ ଗୁରୁଦାୟିତ୍ଵ। ବଜାର ଦର କୁ ଯଦି ହିସାବ କରାଯାଏ ତେବେ ସର୍ବନିମ୍ନ ଦୈନିକ ମଜୁରି ୯୦୦ ଟଙ୍କା ହେବା ଯଥାର୍ଥତା ପ୍ରଦାନ କରୁଅଛି। କିନ୍ତୁ ପ୍ରତି ସ୍ନାବରେ ଦୈନିକ ୧୨ ଟଙ୍କା ମଜୁରୀ ବୃଦ୍ଧି କରି ଶ୍ରମିକ ସମାଜ ପ୍ରତି ଉପହାସ କରିଛନ୍ତି । କେନ୍ଦ୍ର ସରକାର କର୍ପୋରେଟ ଆଦାନୀ ଅମ୍ବାନୀ ର ସମ୍ପତ୍ତି ବୃଦ୍ଧି କରିବା ପାଇଁ ଶ୍ରମିକ ବିରୋଧୀ ନୀତିକୁ କ୍ଷୀପ୍ର ଗତିରେ କାର୍ଯ୍ୟ କରୁଛନ୍ତି। ଆର ଏସ୍ ଏସ୍ ନବ୍ୟ ଫାସିବାଦୀ ନୀତି ଆପଣାଇ ଶ୍ରମିକଙ୍କୁ ସର୍ବସ୍ବାନ୍ତ କରୁଛନ୍ତି। ସେଇ ଏକା ନୀତିକୁ ଆପଣାଇ ଶ୍ରମିକ ମାନଙ୍କ ପ୍ରତି ପ୍ରତାରଣା କରିବାରେ ସିଦ୍ଧ ହସ୍ତ। ଏହି ଛଳନା ନୀତି କୁ ଆମ ରାଜ୍ୟର ଶ୍ରମିକ ମାନେ ବୁଝିବାରେ ବିଫଳ ହେବା ସହ ଅନେକ ଶ୍ରମିକ ସଂଗଠନ ରାଜ୍ୟ ସରକାରଙ୍କୁ ନୀରବ ସମର୍ଥ ଦେଇ ଚାଲିଛନ୍ତି । ଶ୍ରମିକ ବିରୋଧୀ ୪ ଗୋଟି ଶ୍ରମ ସଂହିତା କାର୍ଯ୍ୟ କରିବା ପାଇଁ ଆଲୋଚନାରେ ବିଜେଡି ସରକାର ପଦକ୍ଷେପ ନିରବ ସମର୍ଥନ ଦେଇଛନ୍ତି। ସରକାର ଶ୍ରମ ସଂସ୍କାର‌ନାମରେ ୪୪ ଟି ଶ୍ରମ ଆଇନକୁ ରଦ୍ଦ କରି ୪ଟି ଶ୍ରମ କୋଡ଼ ସଂସଦରେ ବିନା ଆଲୋଚନାରେ ପାରିତ କରିଛନ୍ତି। ଯାହା ଦ୍ବାରା ଶ୍ରମିକମାନଙ୍କ ୧୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଯେଉଁ ରକ୍ତକ୍ଷୟୀ ସଂଘର୍ଷ ବଳରେ ୪୪ ଟି ଶ୍ରମ ଆଇନ ହାସଲ କରିଥିଲେ ତାହା କ୍ଷଣିକେ ଚାଲିଗଲା। ଶସ୍ତା ଶ୍ରମିକ ର ଗ୍ୟାରେଣ୍ଟି ନେଇ ଶ୍ରମିକ ସମାଜ ଓ ରାଷ୍ଟ୍ରାୟତ ଜଳ, ଜମି, ଜଙ୍ଗଲ, ଖଣି ଖାଦାନ କୁ କର୍ପୋରେଟ ମାନଙ୍କ ହାତରେ ସମର୍ପଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ଠାରୁ ସମଦୁରତା ର ଆହ୍ବାନ ଦେଇ ରାଜ୍ୟକୁ ରସାତଳ ଗାମୀ କରିସାରିଛନ୍ତି।‌ ଶ୍ରମିକମାନଙ୍କ ଆଜି ସାମାଜିକ ସୁରକ୍ଷା ନାହିଁ। ଭବିଷ୍ୟନିଧି ପାଣ୍ଠି ର ହଡ଼ପ ହେଉଛି। “ସ୍ଥାୟୀ ନିଯୁକ୍ତି” କୁ ସମ୍ପୂର୍ଣ୍ଣ ଭାବେ ଶେଷ କରାଯାଉଛି। ବୃହତ କର୍ପୋରେଟ ସ୍ବାର୍ଥ ରେ ସବୁକିଛି ଚାଲିଛି। ଚୁକ୍ତିଭିତ୍ତିକ କର୍ମଚାରୀ ଓ ଆଉଟ୍ ସୋର୍ସି ଭଳି ଅମାନବୀୟ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ସର୍ବନିମ୍ନ ମଜୁରି ତୁରନ୍ତ ଦୈନିକ ୯୦୦ ଟଙ୍କା କୁ ବୃଦ୍ଧି କରିବା ପାଇଁ ଶ୍ରମିକ ଶ୍ରେଣୀ ଆର ଏସ୍ ଏସ୍ ନବ୍ୟ ଫାସିବାଦୀ ବ୍ୟବସ୍ଥା କୁ ପରାସ୍ତ କରିବା ସହ ଓ ରାଜ୍ୟ ସରକାରଙ୍କ ଦୋମୁହାଁ ଓ ପ୍ରତାରଣା ପୂର୍ଣ ନୀତି ବିରୁଦ୍ଧରେ ସ୍ବର ଉତ୍ତୋଳନ କରି ଶ୍ରମିକ ଶ୍ରେଣୀ ସ୍ବାର୍ଥ ରକ୍ଷା ପାଇଁ ଆମ ଏକତା ଓ ସଂଘର୍ଷ କୁ ଉଜାଗର କରିବା କୁ ହେବ।
ଟିୟୁସିଆଇ ରାଜ୍ୟ କୋଡିନେସନ କମିଟି ର ନେତା କମ୍ରେଡ ଶଙ୍କର ଏକ ପ୍ରେସ ବିଜ୍ଞିରେ ପ୍ରକାଶ କରିଛନ୍ତି ‌ ।

ad-week
Leave A Reply

Your email address will not be published.