ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

add-all

ସୁନ୍ଦରଗଡ଼ (୦୭.୦୬) : ଆଜି ବିଜେପି ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ପକ୍ଷରୁ ସୁନ୍ଦରଗଡ଼ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ,ଭୋଜପୁର ଠାରେ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ଅଧ୍ୟକ୍ଷତାରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତ ଦାନ ଶିବିରକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସଭାପତି ତଥା ବିଧାୟକ ତଳସରା ଭବାନୀଶଙ୍କର ଭୋଇ ଓ ସମ୍ମାନିତ ଅତିଥି ଭାବରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରମୁଖ ଯୋଗଦେଇ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତ ଦାନ ଶିବିରରେ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସମସ୍ତ ରକ୍ତଦାତା ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ କେନ୍ଦ୍ର ପରାମର୍ଶଦାତ୍ରୀ ରତ୍ନପ୍ରଭା ନାଏକ , ଟେକନିସିଆନ ସୁରଜ କୁମାର ସାହୁ , ଷ୍ଟାଫ ନର୍ସ ଜ୍ୟୋସ୍ନାରାଣୀ ଦିଉରିଆ, ଦୁଷ୍ମନ୍ତ ପଟେଲ ପ୍ରମୁଖ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ। ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର,ନରସିଂହ ମିଞ୍ଜ,ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡା,ଯଶବନ୍ତ ନାଏକ, ଜିଲ୍ଲା ଉପସଭାପତି ସୁରେନ୍ଦ୍ର ଦେହୁରୀ, ଆରତୀ ପଟେଲ, ଜିଲ୍ଲା ସଂପାଦକ ଆଶିଷ ପଟେଲ ,ସଂଯୁକ୍ତା ନାଏକ, ଯୁବମୋର୍ଚ୍ଚା ସଭାପତି ଅମୀୟ ପଟ୍ଟନାୟକ,ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି କଳାକୃଷ୍ଣ ଓରାମ, ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସିମେଶ୍ୱର ଲରିଆ, ଜଗବନ୍ଧୁ ଭୋଇ ,ସୁଦାମ ହୋତା,ଧ୍ରୁବଚାରଣ କାଲୋ,ଫକୀର ପୃଷେଠ,ଶଙ୍କର ସିଂହ,ପ୍ରଦୀପ ମିଶ୍ର,ବାବୁଲି ଖରସେଲ, ତପସିଲ ପ୍ରଧାନ ,ହେମନ୍ତ କିଷାନ ,ପ୍ରଦୀପ ମିଶ୍ର ,ଉଦିତ ଖରସେଲ, ବେଣୁଧର ପଣ୍ଡା ,ସତ୍ୟବାନ ସା ,ନିହାରରଞ୍ଜନ ନାଏକ, ଦିଲ୍ଲୀପ ସେନାପତି, ଶଙ୍କର ମାଝୀ, ଅଖିଳ ବେହେରା, କାନନଵାଲା ବେହେରା ,ଅସ୍ମିତ ପଟେଲ ,ଅଞ୍ଜନା ପଟେଲ ,ଜୟରାମ କିଷାନ ,ଶୈଳେଶ କରିଆ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

ad-week
Leave A Reply

Your email address will not be published.