ଇଞ୍ଜେକ୍ସନ ଦେବା ପରେ ଗ୍ରାମରକ୍ଷୀଙ୍କ ମୃତ୍ୟୁ ଅଭିଯୋଗ

add-all

ଟାଙ୍ଗୀ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ବାଣପୁର ମେଡିକାଲରେ ଜଣେ ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ପରେ ତାଙ୍କ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି।

ଖବର ମୁତାବକ କୋଳଥଡିହ ଗ୍ରାମର ପାଣ୍ଡବ ନାୟକ (୫୫), ଯିଏ କି ବାଣପୁର ଥାନାରେ ଗ୍ରାମରକ୍ଷୀ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ନିଜ ସାଇକେଲ ଯୋଗେ ବାଣପୁର ମେଡିକାଲକୁ ସାଧାରଣ ଚିକିତ୍ସା ପାଇଁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ଏକ ଇଞ୍ଜେକ୍ସନ ନେବା ପାଇଁ ପ୍ରେସକ୍ରିପସନ ଲେଖିଥଲେ। ସେହି ଆଧାରରେ ତାଙ୍କୁ ମେଡିକାଲ ନର୍ସ ଇଞ୍ଜେକେସନ ଦେବା ପରେ ପରେ ତାଙ୍କର ମୃତ୍ୟୁ ହୋଇଯାଇଛି।

ତେବେ ପାଣ୍ଡବଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି ଇଞ୍ଜେକେସନ ଲାଗି ତାଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ମେଡିକାଲରେ ପୋଲିସ ମୁତୟନ ଅଛନ୍ତି। ତେବେ ଏ ନେଇ ମେଡିକାଲ ଇନଚାର୍ଜ ଡ଼ା ରମାକାନ୍ତ ନାୟକଙ୍କୁ ପଚାରିବାରୁ ପାଣ୍ଡବଙ୍କୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିବାଓଟିକ ଇଞ୍ଜେକ୍ସନ ଦିଆଯାଇଛି। ହେଲେ ମୃତ୍ୟୁର କାରଣ ପୋଷ୍ଟମର୍ଟମ ରିପୋର୍ଟ ଆସିବାପରେ ଜଣାପଡିବ ବୋଲି କହିଛନ୍ତି।

ad-week
Leave A Reply

Your email address will not be published.