
ମାଲକାନଗିରି ୦୮/୦୪ ମାଲକାନଗିରି ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ଜି-୨୦ ଶିକ୍ଷା କାର୍ଯ୍ୟକ୍ରମ ବୈଠକ ପାଇଁ ଏକ ଦିବାସୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହିତ ଜଳବାୟୁ ପରିବର୍ତ୍ତନ ସମ୍ୱନ୍ଧୀୟ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ସି. ଶିବରାମ ଅଧକ୍ଷତା କରିଥିବା ବେଳେ ପ୍ରକୃତି ବନ୍ଧୁ ତଥା ଯୁବ ରେଡ଼କ୍ରସର ସମ୍ପାଦକ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଜଳବାୟୁ ପରିବର୍ତ୍ତନ କାରଣ ସହିତ ବୃକ୍ଷ ରୋପଣ ର ଉପକାରୀତା ସମନ୍ଧରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ପରିସରରେ ଥିବା ଖାଲିଜାଗା ରେ ଆମ୍ବ, ଲେମ୍ବୁ, ପଣସ, କଦଳୀ, ସଜନାଆଦି ୫୦ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ଅଧ୍ୟାପକ ଶଙ୍ଖ ମାରଡ଼ି, ପି ଏଲ ଲିନା, ଆରତୀ ବେହେରା, ପିନାକୀ ପଣ୍ଡା, ସତବିନ୍ଦର କଉର, ସମେତ ଅନ୍ୟାନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ସମସ୍ତ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ। ଜି-୨୦ ଶିକ୍ଷା ବୈଠକରେ ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ବିଷୟରେ ବିଭିନ୍ନ କାର୍ଯ୍ୟକ୍ରମ ତଥା ରଚନା, ତର୍କ, ରୁଢୀ ପ୍ରୟୋଗ, ଗୌଣ ଦୌଡ଼ କାର୍ଯ୍ୟକ୍ରମ ଆଗକୁ କରିବାର ରହିଥିବା ଜଣାଇଛନ୍ତି। କାର୍ଯ୍ୟକ୍ରମ ଶେଷରେ ପିନାକୀ ପଣ୍ଡା ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।