ପ୍ରୋଜେକ୍ଟ ଟାଇଗରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲା କଂଗ୍ରେସ

add-all

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକାର ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟ ପହଞ୍ଚି ଜଙ୍ଗଲ ସଫାରୀ କରିଛନ୍ତି। ସେ ହାତୀଙ୍କୁ ଖାଇବାକୁ ଦେବା ସହ ବନ୍ୟଜନ୍ତୁଙ୍କ ପାଇଁ ହୋଇଥିବା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ସେ ଖୋଲା ଜିପ୍‌ରେ ଜଙ୍ଗଲ ସଫାରୀକୁ ଯାଇ ସବୁ କିଛି ବୁଲି ଦେଖିଛନ୍ତି। ଏଥିସହ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ପ୍ରକୃତ ବାଘଙ୍କ ସଂଖ୍ୟା କେତେ ରହିଛି, ତା’ର ରିପୋର୍ଟ ମଧ୍ୟ ଜାରି କରିବେ।
ତେବେ ମୋଦିଙ୍କ ଏପରି ଗସ୍ତକୁ କଂଗ୍ରେସ ସମାଲୋଚନା କରିଛି। ପ୍ରଧାନମନ୍ତ୍ରୀ ମୋଦି ବାନ୍ଦୁପୁର ବାଘ ଅଭୟାରଣ୍ୟ ଗସ୍ତ କରି ଗଣମାଧ୍ୟମର ଶିରୋନାମାରେ ରହିପାରନ୍ତି। କିନ୍ତୁ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି।
ସେ ଟ୍ୱିଟ କରି କହିଛନ୍ତି, “ଆଜି ପ୍ରଧାନମନ୍ତ୍ରୀ ବାନ୍ଦିପୁରାରେ ୫୦ ବର୍ଷ ତଳେ ଲଞ୍ଚ ହୋଇଥିବା ପ୍ରୋଜେକ୍ଟ ଟାଇଗରର ପୂରା କ୍ରେଡିଟ୍‌ ନେବେ। ସେ ବହୁତ ତମାଶା ବା ନାଟକ କରିବେ। କିନ୍ତୁ ପରିବେଶ, ଜଙ୍ଗଲ, ବନ୍ୟଜନ୍ତୁ ଓ ଜଙ୍ଗଲ ମଧ୍ୟରେ ରହୁଥିବା ଆଦିବାସୀଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ସବୁ ନିୟମ କାନୁନକୁ ଧ୍ୱଂସ କରାଯାଉଛି। ସେ ଶିରୋନାମା ଓ ଚର୍ଚ୍ଚାରେ ରହିବେ ସତ, ହେଲେ ବାସ୍ତବତା ପୂରା ଓଲଟା।”
ଆଜି ସକାଳେ ପ୍ରଧାନମନ୍ତ୍ରୀ ଆଜି ଖାକି ପ୍ୟାଣ୍ଟ, ଛାଲ ପରି ଦିଶୁଥିବା ଟି-ଶାର୍ଟ ଓ ହାତ କଟା ଜ୍ୟାକେଟ ପିନ୍ଧି ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିଥିଲେ। ସେ ଖୋଲା ଜିପ୍‌ରେ ସଫାରୀ ମଧ୍ୟକୁ ଯିବା ସହ ଏହାର ଦୃଶ୍ୟକୁ ଉପଭୋଗ କରିଛନ୍ତି। ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ବାନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟକୁ ଯିବାର ରେକର୍ଡ କରିଛନ୍ତି।

ad-week
Leave A Reply

Your email address will not be published.