ନିଆଁରେ ଚାଲିଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର…

add-all

ପୂରୀ : ନିଆଁରେ ଚାଲିଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସମଙ୍ଗ ପଞ୍ଚାୟତର ରେବତୀ ରମଣ ଗାଁରେ ଝାମୁ ଯାତ୍ରାରେ ସେ ସାମିଲ ହୋଇଥିଲେ। ଝାମୁଯାତ୍ରାରେ ଦଣ୍ଡ ପାଟୁଆ ଓ ମାନସିକଧାରୀ ଝାମୁ ନିଆଁରେ ଚାଲିବା ଭଳି ସେ ମଧ୍ୟ ଚାଲିଥିଲେ।

ପରେ ସେ ସ୍ଥାନୀୟ ଇଷ୍ଟଦେବୀ ଝାଡେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ସମ୍ବିତଙ୍କ ଏହି ନିଆଁରେ ଚାଲିବା ଘଟଣା ଅଲୋଚନାର ବିଷୟ ହୋଇଛି। ତେବେ ସେ କେଉଁ ମାନସିକ ରଖି ନିଆଁରେ ଚାଲିଥିଲେ ଜଣାପଡ଼ିନି।

ସୂଚନା ଥାଉକି, ସମ୍ବିତ ଗତ ସାଧାରଣ ନିର୍ବାଚନରେ ପୁରୀ ନିର୍ବାଚନ ମଣ୍ଡଳୀରୁ ସାଂସଦ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଆସନ୍ତା ସାଧାରଣ ନିର୍ବାଚନକୁ ଲକ୍ଷ୍ୟରେ ରଖି ସେ ଏବେ ଠାରୁ ଜନସମ୍ପର୍କ ବଢ଼ାଇବା ନିମନ୍ତେ ପୁରୀରେ ବୁଲାବୁଲି ଆରମ୍ଭ କରିଦେଇଛନ୍ତି। ତେଣୁ ସେ ଏଠାରୁ ପୁଣି ସାଂସଦ ନିମନ୍ତେ ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ଏନେଇ ତାଙ୍କ ମତାମତ ମିଳିପାରିନି।

ad-week
Leave A Reply

Your email address will not be published.