ମିଲିଟାରୀ ଷ୍ଟେସନରେ ଭୟଙ୍କର ଗୁଳିମାଡ଼, ୪ ମୃତ

add-all

ନୂଆଦିଲ୍ଲୀ : ପଞ୍ଜାବର ବଠିଣ୍ଡାରେ ଥିବା ମିଲିଟାରୀ ଷ୍ଟେସନ ଭିତରେ ଚାଲିଛି ଗୁଳି। ଭୟଙ୍କର ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବୁଧବାର ଭୋର ୪.୩୫ରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି। ଗୁଳିମାଡ଼ ପରେ ଷ୍ଟେସନରେ ଥିବା କୁଇକ ରିଆକ୍ସନ ଟିମ ଆଲର୍ଟ ମୋଡକୁ ଆସିବା ସହ ପୂରା ଅଞ୍ଚଳକୁ ସିଜ୍‌ କରାଯାଇଛି।
ବଠିଣ୍ଡା ଏସଏସ୍‌ପି କହିଛନ୍ତି ଯେ ଏହା ଆତଙ୍କବାଦୀ ହମଲା ନୁହେଁ। କିନ୍ତୁ କିଏ ଓ କ’ଣ ପାଇଁ ଗୁଳିମାଡ଼ କରିଛି, ସେକଥା ଜଣାପଡ଼ିନି। ୨ ଦିନ ତଳେ ଗୋଟିଏ ରାଇଫଲ ଓ ୨ଟି ମାଗାଜିନ୍‌ କ୍ୟାମ୍ପ ମଧ୍ୟରୁ ଚୋରି ହୋଇଥିଲା। ତେଣୁ ଏହି ରାଫଲରୁ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି ବୋଲି ସେ କହିଛନ୍ତି।
ଏସଏସପି ଏହା ଆତଙ୍କବାଦୀ ହମଲା ନୁହେଁ ବୋଲି କହୁଥିଲେ ହେଁ ଦୁଇ ଜଣ ବନ୍ଧୁକଧାରୀ କ୍ୟାମ୍ପ ମଧ୍ୟରେ ମୁକ୍ତ ଭାବେ ବୁଲୁଥିବା ଟିଭି ରିପୋର୍ଟରେ ପ୍ରକାଶ ପାଇଛି। ସେହିପରି ସେମାନେ ସାଧା ପୋଷାକରେ ଥିବା ମଧ୍ୟ କୁହାଯାଉଛି। ବର୍ତ୍ତମାନ ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀ ସେନା ଯବାନମାନେ ପହଞ୍ଚି ସ୍ଥିତିର ଯାଞ୍ଚ କରୁଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.