ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ତୃତୀୟ ସ୍ଥାନରେ ନବୀନ; ସବୁଠୁ ଆଗରେ ଆନ୍ଧ୍ରର ଜଗନ ରେଡ୍ଡି

add-all

ଭୁବନେଶ୍ବର: ଦେଶର କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଛି କେତେ ସଂପତ୍ତି? ଆପଣ ଜାଣନ୍ତି କି ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ କିଏ? ଏନେଇ ଏଡିଆର୍‌ ରିପୋର୍ଟରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ତାଲିକା ପ୍ରକାଶ ପାଇଛି। ଏହି ରିପୋର୍ଟ ଆଧାରରେ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ତାଲିକାର ଶୀର୍ଷରେ ଅଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି। ଜଗନମୋହନଙ୍କ ପାଖରେ ୫୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଅସ୍ଥାବର ସଂପତ୍ତି ରହିଛି। ଦ୍ବିତୀୟ ସ୍ଥାନରେ ରହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ତାଙ୍କ ନିକଟରେ ୧୬୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି ରହିଛି। ତେବେ ଆମ ମୁଖ୍ୟମନ୍ତ୍ରୀ ନବୀନଙ୍କ ନିକଟରେ ରହିଛି ୬୩ କୋଟିରୁ ଅଧିକ ଟଙ୍କାର ସଂପତ୍ତି।

ତେବେ ଏହି ତାଲିକା‌ରେ ସବୁଠାରୁ ଶେଷରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ନିକଟରେ ୧୫ ଲକ୍ଷ ଟଙ୍କାର ସଂପତ୍ତି ଥିବା ବେଳେ ସେ ଦେଶର ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ସେହିଭଳି କେରଳ ଓ ହରିଆଣା ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧ କୋଟି ଟଙ୍କାର ସମ୍ପତ୍ତି ଥିବା ଏଡିଆର୍‌ ରିପୋର୍ଟରେ ଉଲ୍ଲେଖ ହୋଇଛି।

ad-week
Leave A Reply

Your email address will not be published.