‘ଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ, ଅଭିଯୋଗ ଥିଲେ ଟୋଲ୍ ଫି ନମ୍ବରରେ ଯୋଗାଯୋଗ କରନ୍ତୁ’

add-all

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ଖରା ଓ ତାପମାତ୍ରା ବଢ଼ି ଗରମ ହେବା ଆରମ୍ଭ ହୋଇ ଯାଇଥିବା ବେଳେ ଏହାକୁ ନେଇ ଚିନ୍ତା ବୃଦ୍ଧି ପାଇଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ବଭିନ୍ନ ସୁବିଧା କରାଯାଉଛି। ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ନିଜର ମତ ରଖି କହିଛନ୍ତି କି, ‘ଖରା ମୁକାବିଲା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ବିଭାଗ ଏଥିପାଇଁ ତତ୍ପର ଅଛି। ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଆବଶ୍ୟକ ସ୍ଥଳେ ନଳକୂପ ବସାଇବାକୁ ବ୍ୟବସ୍ଥା କରାଯାଉଛି।

କାର୍ଯ୍ୟକ‌ାରୀ ଯନ୍ତ୍ରୀଙ୍କ ସୁପାରିସ କ୍ରମେ ଜିଲ୍ଲାପାଳ ନୂତନ ନଳକୂପ ମଞ୍ଜୁର କରିପାରିବେ। ଜଳଛତ୍ର ପାଇଁ ପଞ୍ଚାୟତସ୍ତରରେ ବ୍ୟବସ୍ଥା ରହିଛି। ନଳକୂପ ଓ ପାନୀୟ ଜଳ ଉତ୍ସ ମରାମତି ପାଇଁ ସୁପରିଟେଣ୍ଡେଣ୍ଟ୍‌ ଇଞ୍ଜିନିୟର୍‌ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ୫୦ ହଜାରରୁ ଅଧିକ ହେଲେ ଜିଲ୍ଲାପାଳଙ୍କ ଅନୁମତି ନେଇ ଖର୍ଚ୍ଚ କରିପାରିବେ। ଜିଲ୍ଲା ସ୍ତରରେ ଅସୁବିଧା ନେଇ ଖବର ଆସିବା ପରେ ବ୍ୟବସ୍ଥା କରାଯାଇଛି। କୌଣସି ଅଭିଯୋଗ ଥିଲେ ଟୋଲ ଫି ନମ୍ବରରେ ଲୋକେ ସମସ୍ୟା ଜଣାଇ ପାରିବେ। ଉପାନ୍ତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି।

ad-week
Leave A Reply

Your email address will not be published.