ସରୋଜ କର୍ଣ୍ଣ ହେଲେ କେନ୍ଦୁପତ୍ର କର୍ମଚାରୀ ସଂଘ ରାଜ୍ୟ ଉପସଭାପତି…

youtube

ଫୁଲବାଣୀ : କନ୍ଧମାଳ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ରାଜ୍ୟ କେନ୍ଦୁପତ୍ର କର୍ମଚାରୀ ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ସମ୍ବଲପୁରରେ ଗତ ୧୦ ତାରିଖ ଦିନ ଆୟୋଜିତ ସଙ୍ଘର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସରୋଜଙ୍କୁ ଏହି ପଦ ନିମନ୍ତେ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଛି। ସରୋଜ ମାଲକାନଗିରି, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାର ସାଂଗଠନିକ ଦାୟିତ୍ୱ ବୁଝିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି। ରାଜ୍ୟ ସଭାପତି ବିଜୟ ମହାନ୍ତି ଏ ନେଇ ଘୋଷଣା କରିଛନ୍ତି l ସୂଚନାଯୋଗ୍ୟ, ଶ୍ରୀ କର୍ଣ୍ଣ ଗତ କିଛି ବର୍ଷ ଧରି ଶ୍ରମିକ ସଙ୍ଗଠନର ବିଭିନ୍ନ ପଦରେ ରହି ସୂଚାରୁ ରୂପେ ଦାୟିତ୍ୱ ତୁଲାଇବା ସହ ଶ୍ରମିକ ମାନଙ୍କ ହକ ପାଇଁ ଜିଲ୍ଳା ପ୍ରଶାସନ ଠୁଁ ଆରମ୍ଭ କରି ରାଜ୍ଯ ସରକାର ପର୍ଯ୍ଯନ୍ତ ସମସ୍ତ ଦାବିକୁ ପହଞ୍ଚାଇବା ରେ ଚେଷ୍ଟା କରିଛନ୍ତି । ଏହି ନୂତନ ପଦ ପାଇଁ ନିର୍ବାଚିତ ହେବା ଅବସରରେ ସେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ତଥା ସଦସ୍ୟଙ୍କୁ କୃତଜ୍ଞତା ଜଣାଇବା ସହିତ କେନ୍ଦୁପତ୍ର କର୍ମଚାରୀଙ୍କ ଉନ୍ନତି ପାଇଁ ତାଙ୍କର ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି । ସରୋଜ କର୍ଣ୍ଣଙ୍କୁ ଏହି ରାଜ୍ୟସ୍ତରୀୟ ପଦ ମିଳି ଥିବାରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟିଛି ।

Leave A Reply

Your email address will not be published.