
ମାଲକାନଗିରି :ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ କୁ ଜି୨୦ ସମୀକ୍ଷକ ଇନ୍ଦିରା ଠାକୁର (ମ୍ୟାନେଜର, ଜାତୀୟ କୌଶଳ ବିକାଶ ନିଗମ) ଓ ଶୁଭଶ୍ରୀ ସାହୁ (ମହାତ୍ମା ଗାନ୍ଧୀ ଜାତୀୟ ଫେଲୋ) ପରିଦର୍ଶନ କରିଥିଲେ l ସ୍ଥାନୀୟ ନୋଡାଲ ଅଫିସର ଡ଼ ରଞ୍ଜନ କୁମାର ସ୍ୱାଇଁ ଏହି ପରିଦର୍ଶନ ରେ ସହଯୋଗ କରିଥିଲେ lଏହି ଅବସରରେ ବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l ବିଦ୍ୟାଳୟର ପ୍ରlଚାର୍ଯ୍ୟ ଶ୍ରୀ ଇକରାର ଅହମ୍ମଦ ମୁଖ୍ୟ ଅତିଥି ରୂପେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଜି୨୦ ଉପରେ ଆଲୋକପାତ କରି ଏକ ସଭାର ଆୟୋଜନ କରାଯାଇଥିଲା l ଏହି ସଭାରେ ଏକ ପୃଥିବୀ, ଏକ ପରିବାର ଓ ଏକ ଭବିଷ୍ୟତ ର ପରିକଳ୍ପନା କରି ବସୁଧଇବ କୁଟୁମ୍ବକଂ ଉପରେ ଆଲୋକପାତ କରାଯାଇଥିଲା l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅତି ଉତ୍ସାହରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ଭି. ଜ୍ୟୋତି ପ୍ରକାଶ ପରିଚାଳନା କରିଥିଲେ ଓ ଅନ୍ୟ ଅଧ୍ୟାପକ , ଅଧ୍ୟାପିକା ମାନେ ଏଥିରେ ସହଯୋଗ କରିଥିଲେ l