ସମ୍ବଲପୁର ପଥର ମାଡ ଘଟଣାରେ ୨୫ ଅଟକ…

add-all

ସମ୍ବଲପୁର : ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା। ଏହି ଘଟଣାରେ ପୋଲିସ ୨୫ ଜଣ ଗଣ୍ଡଗୋଳକାରୀଙ୍କୁ ବିଭିନ୍ନ ଥାନାରେ ଅଟକ ରଖିଛି।

ସେପଟେ ଗଣ୍ଡଗଳ ସ୍ଥାନ ମୁଖ୍ୟତଃ ଜ଼ିଲ୍ଲା ସ୍କୁଲ ଛକ, ଭୁତାପଡା ଛକ, ମୋତିଜିରା ଅଞ୍ଚଳରେ ବ୍ୟାପକ ପୋଲିସ ମୃତୟନ ରହିଛନ୍ତି। ପଥର ମାଡ଼ ଘଟଣା ରେ ଆହତ ହୋଇଥିବା ପୋଲିସ କର୍ମଚାରୀ ଓ ସାଧାରଣ ଲୋକଙ୍କ ଚିକିତ୍ସା ଚାଲିଛି । ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ବୁର୍ଲା ମେଡିକାଲ ସ୍ଥାନାନ୍ତର ହୋଇଥିବା ବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତିର କାର୍ଯ୍ୟକାରୀ ସଭାପତି ବର୍ତ୍ତମାନ ଗୁରୁତର ଅବସ୍ଥାରେ ଆଇସିୟୁ ରେ ରହିଛନ୍ତି ।

ସେହିପରି ଗତକାଲି ଆନ୍ଦୋଳନ ଘଟଣାରେ ଅନେକ ଗାଡି ଭଙ୍ଗା ଯାଇଥିବା ବେଳେ ୩ ଟି ଦୋକାନ ପୋଡି ଦିଆଯାଇଛି। ତେବେ ଆଜି ଏହି ଘଟଣାରେ ପୋଲିସ ଗଣ୍ଡଗୋଳର ସୂତ୍ରପାତ କେଉଁଠାରୁ ହେଲା ଓ କିପରି ହେଲା ସେନେଇ ତଦନ୍ତ କରିବ। ଏତେ ମାତ୍ରାରେ ପଥର କେଉଁଠାରୁ ଆସିଲା ଓ ଏହି ଘଟଣା କିପରି ପୋଲିସ ଜାଣି ପାରିଲା ନାହିଁ ସେନେଇ ମଧ୍ୟ ତଦନ୍ତ ହେବ ବୋଲି ଜଣାପଡିଛି।

ad-week
Leave A Reply

Your email address will not be published.