ଶୋଇଥିବା ବେଳେ ଏସି ସଟ୍‌ସର୍କିଟରୁ ଲାଗିଲା ନିଆଁ : ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

add-all

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଲୋଚାପଡା ମୁଖ୍ୟ ରାସ୍ତା ରେଡ଼ିଓ ଷ୍ଟେସନ ନିକଟରେ ଘଟିଛି ଅଗ୍ନିକାଣ୍ଡ। ଏସି ସଟ୍‌ସର୍କିଟ୍‌ ଯୋଗୁ ଚାଲିଗଲା ମହିଳାଙ୍କ ଜୀବନ । ମାତ୍ର ମହିଳାଙ୍କ ସ୍ୱାମୀ ଏହି ଅଘଟଣରୁ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ ଉତ୍ତରା ସାହୁ । ତାଙ୍କ ସ୍ୱାମୀ ପ୍ରଭାକର ସାହୁଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୂଚନା ଅନୁସାରେ ଗତକାଲି ନିଜ ରୁମ୍‌ ଏସି ଅନ୍‌ କରି ଘରେ ଉତ୍ତରା ଓ ପ୍ରଭାକର ଶୋଇଥିବା ବେଳେ ବିଳମ୍ବିତ ରାତିରେ ସଟ୍‌ସର୍କିଟ୍‌ ହୋଇ ନିଆଁ ଲାଗି ଯାଇଥିଲା ।। ନିଆଁ ରୁମ୍‌କୁ କବଳିତ କରିବା ପରେ ଶ୍ୱାସରୁଦ୍ଧ ହେବାରୁ ଉଭୟ ପତିପତ୍ନୀଙ୍କ ନିଦ ଭାଙ୍ଗିଥିଲା। ଏହାପରେ ଦୁହେଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କବାଟ ଭାଙ୍ଗି ଉଭୟଙ୍କୁ ଉଦ୍ଧାର କରିଥିଲେ। ପ୍ରଭାକର ଶ୍ୱାସରୁଦ୍ଧ ହୋଇ ଗୁରୁତର ହୋଇଥିବା ବେଳେ ଉତ୍ତରାଙ୍କ ଶରୀର ୮୦ ପ୍ରତିଶତ ଜଳିଯାଇଥିଲା। ଗୁରୁତର ଅବସ୍ଥାରେ ଉତ୍ତରା ତାଙ୍କ ସ୍ବାମୀ ଓ ପ୍ରଭାକରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ନିଆଯାଉଥିବା ବେଳେ ବାଟରେ ତାଙ୍କ ମୃତ୍ୟୁ ଘଟିଛି। ଏସିରୁ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ad-week
Leave A Reply

Your email address will not be published.