ଝାରସୁଗୁଡା ଉପନିର୍ବାଚନ : ଟଙ୍କଧର ବିଜେପି ବିଧାୟକ ପ୍ରାର୍ଥୀ ଘୋଷଣା

add-all

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଏନେଇ ଗତକାଲି ବିଜେପି ମଧ୍ୟ ତା ପ୍ରାର୍ଥୀର ନାମ ଘୋଷଣା କରିଛି। ବିଜେପି ପକ୍ଷରୁ ଟଙ୍କଧର ତ୍ରିପାଠୀ ଙ୍କୁ ରାଜ୍ୟ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ଚୟନ ଗତକାଲି ବିଧିବଦ୍ଧ ଭାବେ ଘୋଷଣା କରିଛି। ଅନେକ ଦିନ ଧରି ଅନେକ କଳ୍ପନାଜଳ୍ପନା ପରେ ଶେଷରେ ବାଜିମାତ କରିଛନ୍ତି ଟଙ୍କଧର।

ପୂର୍ବରୁ ଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ବିଜେଡ଼ି ପକ୍ଷରୁ ଦୀପାଳୀ ଦାସଙ୍କୁ ବିଧାୟକ ପ୍ରାର୍ଥୀ ରୂପେ ଘୋଷଣା କରା ଯାଇଥିବା ବେଳେ କଂଗ୍ରେସ ପକ୍ଷରୁ ତରୁଣ ପାଣ୍ଡେ ଓ ଟଙ୍କଧର ତ୍ରିପାଠୀ ବିଜେପି ପକ୍ଷରୁ ଲଢେ଼ଇ କରିବେ ।ତେବେ ପୂର୍ବରୁ ସେ ବିଜେପି ଯୁବ ମୋର୍ଚାର ସଭାପତି ଓ ସାଧାରଣ ସମ୍ପାଦକ ଦାୟିତ୍ବ ତୁଲାଇ ଥିଲେ। ଅନ୍ୟପକ୍ଷରେ ଟଙ୍କଧର ତ୍ରିପାଠୀ ରାଜ୍ୟ ସମ୍ପାଦକ ଭାବେ ରହିଛନ୍ତି। ଏହି ଉପନିର୍ବାଚନ ତାଙ୍କ ପାଇଁ ପ୍ରଥମ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ତାଙ୍କ ନେତୃତ୍ୱରେ ଝାରସୁଗୁଡ଼ାରେ ଲଢ଼ିଥିଲା। ତେବେ ଆସନ୍ତା ଉପନିର୍ବାଚନରେ ବିଜେପିକୁ କେତେ ସୁହାଇବେ ଟଙ୍କଧର ତାହା ନିର୍ବାଚନୀ ଫଳାଫଳ ହିଁ କହିବ।

ad-week
Leave A Reply

Your email address will not be published.