ଓଡ଼ିଆ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

add-all

ନୂଆଦିଲ୍ଲୀ : ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଟ୍ଵିଟ୍‌ କରି ରାଜ୍ୟବାସୀଙ୍କୁ ପଣାସଂକ୍ରାନ୍ତି ଓ ଓଡ଼ିଆ ନବବଷର୍ର ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି ରାଷ୍ଟ୍ରପତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛାଜଣାଇ କହିଛନ୍ତି ନୂଆ ବର୍ଷ ଅପାର ଖୁସି ଏବଂ ଉତ୍ତମ ସ୍ୱାସ୍ଥ୍ୟ ନେଇ ଆସୁ। ଆସନ୍ତା ବର୍ଷ ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେଉ।

ସେହିପରି ଓଡିଆ ନବବର୍ଷ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭେଚ୍ଛା । ଟ୍ଵିଟ୍‌ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତି ଆହୁରି ଭବ୍ୟ ଏବଂ ସମୃଦ୍ଧଶାଳୀ ହେଉ ଏବଂ ଓଡ଼ିଶା ସମ୍ପନ୍ନତାର ଶୀର୍ଷରେ ପହଞ୍ଚୁ, ଏହା କାମନା କରିଛନ୍ତି  ।

ad-week
Leave A Reply

Your email address will not be published.