ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି, ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

add-all

ପୁରୀ : ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହୋଇଛି ସ୍ୱତନ୍ତ୍ର ନୀତିକାନ୍ତି। ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯାଏ। ଏହାପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିେଜ କରାଯାଏ। ଏହି ସମୟରେ ଶ୍ରୀମନ୍ଦିରର ଚାରିଦ୍ବାର ଏବଂ ଦକ୍ଷିଣ ଦ୍ବାରରେ ଥିବା ବାରଭାଇ ହନୁମାନଙ୍କୁ ଆଜ୍ଞାମାଳ ଦିଆଯାଏ। ଏହାପରେ ବିମାନବଡ଼ୁ ସେବକମାନେ ବିମାନରେ ଠାକୁରଙ୍କୁ ନେଇ ଜଗନ୍ନାଥ ବଲ୍ଳଭ ମଠକୁ ଯାଆନ୍ତି।

ଜଗନ୍ନାଥ ବଲ୍ଲଭ ମଠରେ ଥିବା ମହାବୀରମାନଙ୍କୁ ଆଜ୍ଞା ମାଳ ଦିଆଯିବା ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ଦରିଆ ମହାବୀରଙ୍କ ପାଖକୁ ଯାନ୍ତି। ସେଠାରୁ ଫେରିବା ପରେ ଜଗନ୍ନାଥ ବଲ୍ଲଭ ମଠରେ କେତେକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଶ୍ରୀହନୁମାନ ବାହୁଡ଼ା ବିଜେ କରି ବଡ଼ଦେଉଳକୁ ଆସିଥାନ୍ତି। ଶ୍ରୀମନ୍ଦିର ମହାବୀରଙ୍କ ସମେତ ପ୍ରତ୍ୟେକ ହନୁମାନ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ଆଜିର ଦିନରେ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ପଣା ଓ ଛତୁଆ ଭୋଗ ପରମ୍ପରା ମଧ୍ୟ ରହିଛି। ମହାବିଷୁବ ସଂକ୍ରାନ୍ତି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଆନନ୍ଦ ଉଲ୍ଲାସର ଦିନ। ଏହି ପର୍ବ ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୃଦୃଢ଼ କରେ।

ad-week
Leave A Reply

Your email address will not be published.