ତେଲେଙ୍ଗାନାରେ ପୁଣି ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ…

add-all

ପାଟଣାଗଡ: ଧର୍ଯ୍ଯହରା ମା। ସମ୍ଭାଳି ପାରୁନି ନିଜ କୋହକୁ। ଏ ବୟସରେ ପୁଣି ପୁଅର ମୃତ୍ୟୁ ଖବର! କେମିତି ବା ସହିବ। ବୟସର ଅପରାହ୍ନରେ ଦଇବ ଦେଲା ଏଡେ ବଡ କଷ୍ଟ। ନିଜେ ଦମ୍ଭ ଧରି ନା ଛିଡା ହୋଇପାରୁଛି ନା ବସି ପାରୁଛି। ଚାଲିବାକୁ ଗୋଡ ଉଠୁନି। ଚାରି ପାଞ୍ଚ ଜଣ ଧରିବାକୁ ପଡୁଛି। ଏଦ୍ରୁଶ୍ଯ ଯିଏ ବି ଦେଖିବ ଆଖିରେ ଲୁହ ଆସିଯିବ। ନିଜ ମାଣିକ ଧନକୁ ହରାଇ ଏ ମାଟି ଏବେ ପାଗେଳି ପ୍ରାୟ।

ପ୍ରାୟତଃ ବାଲାଙ୍ଗିର ଜିଲ୍ଲାରେ ସବୁବେଳେ ଦାଦନ ଖଟିବାକୁ ଯାଇ ଲୋକେ ଶବ ହୋଇ ଫେରୁଥିବା ଖବର ସାମ୍ନାକୁ ଆସିଥାଏ। ତେବେ ଏଥିରେ ଯୋଡି ହୋଇଯାଇଛି ଆଉ ଏକ ଫର୍ଦ୍ଦ। ପୁଣି ଏକ ଦାଦନର ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୱାରଙ୍ଗଲ ଜିଲ୍ଲା କାଜୁପେଟ ସବଡ଼ିଭିଜନ ସିଂଘମ ଥାନା କାନପତ୍ରୀର ଇଟାଭାଟିରେ ଘଟିଛି ଏହି ଅଭାବନୀୟ ଘଟଣା।

ସୂଚନା ମୁତାବକ ପାଟଣାଗଡ ଥାନା ଚକାମାଲ ଗାଁ ର ମୁନୁ ଭୋଇ ସେହି ଗାଁ ର ମକାରୁ ଭୋଇ ଓ ଦେଉଳଗାଁ ଗ୍ରାମର ନିମାଇଁ ବରାଲେବିଡ଼ିଆଙ୍କ ସହିତ ସୁଦୂର ତେଲେଙ୍ଗାନା ଇଟାଭାଟିକୁ ଦାଦନ ଶ୍ରମିକ ଭାବରେ କାମ କରିବାକୁ ଯାଇଥିଲେ। ହେଲେ ହଠାତ୍ ଗତକାଲି ମୁନୁ ଆତ୍ମହତ୍ୟା କରିଛନ୍ତି ବୋଲି ଖବର ଆସିଥିଲା। ଜଣେ ବ୍ଯକ୍ତି ଫୋନ୍ କରି ଏକଥା କହିବା ସହିତ ଏକ ଫଟୋ ପଠାଇଥିଲେ। କିନ୍ତୁ କୌଣସି ସୂଚନା ନଦେଇ ହଠାତ୍ ଫୋନ କାଟିଦେଇଥିଲେ।

ତେବେ ପୁନଶ୍ଚ ପରିବାର ଲୋକେ ଯୋଗାଯୋଗ କରିବାକୁ ଚାହିଁଥିଲେ ସୁଦ୍ଧା ଯୋଗାଯୋଗ ହୋଇପାରିନଥିଲା। ଏପଟେ ମୁନୁଙ୍କ ମା ଏବଂ ପରିବାର ଲୋକେ ମୁନୁଙ୍କୁ ହତ୍ଯା କରଯାଇଥିବା ଅଭିଯୋଗ କରିଛନ୍ତି। ମୁନୁ ଗଛଚଢ଼ି ଜାଣିନଥିବା ବେଳେ କିପରି ଗଛରେ ଚଢି ଆତ୍ମହତ୍ୟା କଲେ ତାର ଉପଯୁକ୍ତ ତଦନ୍ତ କରିବା ପାଇଁ ପାଟଣାଗଡ ଥାନାର ଦ୍ୱାରସ୍ତ ହୋଇଛନ୍ତି ।

ତେବେ ଏଭଳି ଘଟଣା ବାରମ୍ବାର ଘଟୁଛି। ତଥାପି ଥମିବାର ନା ଧରୁନି। କାହିଁନି ଏଦିଗରେ ଆଖିଦ୍ରୁଶିଆ କୌଣସି ଦ୍ରୁଢ ପଦକ୍ଷପ ଗ୍ରହଣ କରାଯାଉନାହିଁ। ଯାହାଦ୍ବାରା ପ୍ରକ୍ରୁତ ସତ୍ଯାସତ୍ଯ ସାମ୍ନାକୁ ଆସିପାରୁନି। ସେମିତି ଗୋଟେ ପରେ ଗୋଟେ ଦାଦନ ନିଜ ଜୀବନ ହରାଉଛନ୍ତି। ତେବେ ଏହି ଘଟଣାରେ ଉଚିତ୍ ତଦନ୍ତ କରାଯାଇ ତୁରନ୍ତ କାର୍ଯ୍ଯନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହୋଇଛି।

ad-week
Leave A Reply

Your email address will not be published.