ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ

add-all

ଭୁବନେଶ୍ୱର : ଆଜି ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ । ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଭାରତରତ୍ନ ଆମ୍ବେଦକରଙ୍କୁ ସାରା ଦେଶ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏହାସହ ତାଙ୍କର ଅବଦନାକୁ ମନେ ପକାଉଛି ।

ସମ୍ବିଧାନର ପ୍ରତିଷ୍ଠାତାଙ୍କ ଜୟନ୍ତୀରେ ଆଜି ରାଜଧାନୀ ସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ, କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଆମ ଆଦମୀ ପାର୍ଟିର ସଭାପତି ନିଶିକାନ୍ତ ମିଶ୍ରଙ୍କ ସହ ଅନେକ ସଂଗଠନ ଓ ସାଧାରଣ ଲୋକେ। ବାବା ସାହେବଙ୍କ ଜୀବନ ସମସ୍ତଙ୍କ ପାଇଁ ଉଦାହରଣ। ଦଳିତ, ନିଷ୍ପେସିତ, ଅବହେଳିତ ଶ୍ରେଣୀର ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସୁସ୍ଥ ସମାଜ ଗଠନରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଅବସରରେ ରାଜ୍ୟପାଳ କହିଛନ୍ତି ବାବା ସାହେବଙ୍କ ସଂଘର୍ଷ ସମସ୍ତଙ୍କ ପାଇଁ ପ୍ରେରଣା।” ଜାତି ଖୋଜିଲେ ମୁକ୍ତି ନାହିଁ ” ବୋଲି ମତ ରଖିଲେ ଗଣେଶୀ ଲାଲ। ସେପଟେ ଆମ୍ବେଦକର କରିଥିବା କାର୍ଯ୍ୟ ଆଜି ବି ଲୋକେ ମନେ ପକାଉଛନ୍ତି, ତାଙ୍କୁ ସ୍ମରଣ କରି ଓଡ଼ିଶାବାସୀଙ୍କୁ ଶୁଭେଛା ଜଣାଇଛନ୍ତି ବିଜେପି ରାଜ୍ୟ ସଭାପତି ମନ ମୋହନ ସାମଲ।

ଭାରତର ପ୍ରଥମ ଆଇନ ମନ୍ତ୍ରୀ ଭୀମରାଓ ଆମ୍ବେଦକର ୧୮୯୧ ମସିହା ଏପ୍ରିଲ ୧୪ ତାରିଖରେ ଜନ୍ମ ନେଇଥିଲେ । ୧୮୯୭ରେ ତାଙ୍କ ପରିବାର ମୁମ୍ବାଇ ଆସିଥିଲେ । ଏଲପିନଷ୍ଟୋନ୍ କଲେଜରୁ ସ୍ନାତକ ହାସଲ କରି ଆମ୍ବେଦକର ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ । ଏହାପରେ ୧୯୧୭ରେ ଭାରତ ଫେରି ଅଧ୍ୟାପନା କରିଥିଲେ ତେବେ ପରେ ଅଧ୍ୟପନା ଛାଡି ଓକିଲାତି କରିଥିଲେ । ଏହି ସମ.ରେ ସେ ଦଲିତ ଅଦିକାର ପାଇଁ ଆନ୍ଦେଳନ ଆରମ୍ଭ କରିଥିଲେ । ସମ୍ବିଧାନର ଖସଡା ପ୍ରସ୍ତୁତି ଏବଂ ଅଛୁଆଁ ଭେଦଭାବକୁ ଦୂର କରିବାରେ ତାଙ୍କ ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ୧୯୯୦ ମସିହାରେ ତାଙ୍କୁ ମରଣୋତ୍ତର ଭାବରେ ଭାରତରତ୍ନ ପ୍ରଦାନ କରାଯାଇଥିଲା ।

ad-week
Leave A Reply

Your email address will not be published.