ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ବର୍ଜ୍ୟବସ୍ତୁ ପରିଚାଳନା ଗୃହରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ରୋଗୀ

add-all

ଗଜପତି : ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସ୍ଥିତ ଅସ୍ତ୍ରୋପଚାର ଗୃହ ନିକଟରେ ଥିବା ବର୍ଜ୍ୟବସ୍ତୁ ପରିଚାଳନା ଗୃହରେ ଅଗ୍ନିକାଣ୍ଡ ଘଟି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଛି । ଆଜି ସକାଳେ ଗୃହ ରୁ ଧୂଆଁ ବାହାରୁଥିବା ଦେଖି ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ।

ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିଥିଲା ତେଵେ ଶର୍ଟ ସର୍କିଟ ରୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ବର୍ଜ୍ୟବସ୍ତୁ ବିଶୋଧନ କରାଯାଉଥିବା ଯନ୍ତ୍ର ଟି ପୋଡି ନଷ୍ଟ ହୋଇଯାଇଛି। ତେଵେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ ଏବଂ ରୋଗୀ।

ad-week
Leave A Reply

Your email address will not be published.