ରାଜ୍ୟରେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ, ଜଣେ ମୃତ…

add-all

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ପୁଣି ବଢୁଛି କରୋନା ସଂକ୍ରମଣ । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଗତ ୨୪ ଘଣ୍ଟାରେ ନୂଆ ୨୫୮ ପଜିଟିଭ ଚିହ୍ନଟ ହୋଇଛି ।

ସେପଟେ କରୋନାରେ ଆକ୍ରାନ୍ତ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କଟକ scb ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ୮୦ ବର୍ଷୀୟା ବୃଦ୍ଧଙ୍କର ମୃତ୍ୟୁ ହୋଇଛି ମୃତକ ଜଣଙ୍କ ହେଉଛନ୍ତି ପୁରୀ ଜିଲ୍ଲା। ବୃଦ୍ଧ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରୁ କଟକ ଏସସିବିକୁ ରେଫର କରାଯାଇଥିଲା।  ସେଠାରେ ତାଙ୍କୁ କୋଭିଡ ୱାର୍ଡ icu ରେ ରଖାଯାଇଥିଲା। ହେଲେ ସେଠାରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି |

ad-week
Leave A Reply

Your email address will not be published.