ଆସାମରେ ‘ଏମ୍‌ସ୍‌-ଗୌହାଟି’ ଓ ୩ଟି ମେଡିକାଲ୍‌ କଲେଜ୍‌ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

add-all

ଗୌହାଟି: ପବିତ୍ର ବିହୁ ଉତ୍ସବ ଅବସରରେ ଆସାମ ଓ ସମଗ୍ର ଉତ୍ତରପୂର୍ବ ‘ଏମ୍‌ସ୍‌’ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସେବା ଭିତ୍ତିଭୂମି ପ୍ରକଳ୍ପ ପାଇଛନ୍ତି ବୋଲି ଆଜି ଆସାମର ଗୌହାଟିରେ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’, ବା ‘ଏମ୍‌ସ୍‌-ଗୌହାଟି’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

୧,୧୨୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ନିର୍ମିତ ‘ଏମ୍‌ସ୍‌-ଗୌହାଟି’ ପାଇଁ ୨୦୧୭ ମେ’ରେ ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିଥିଲେ। ଏହାଛଡ଼ା, ଆଜି ଭର୍ଚୁଆଲ୍‌ ଜରିଆରେ ପ୍ରଧାନମନ୍ତ୍ରୀ ଆସାମର ନାଲବାରି, ନାଗାଓଁ ଏବଂ କୋକ୍‌ରାଝରରେ ୩ଟି ମେଡିକାଲ୍‌ କଲେଜ ମଧ୍ୟ ଉଦ୍‌ଘାଟନ କରିଛନ୍ତି।

ସେହିପରି, ଆଜି ପ୍ରଧାନମନ୍ତ୍ରୀ ‘ଆସାମ ଆଡ୍‌ଭାନ୍‌ସ୍‌ଡ୍‌ ହେଲ୍‌ଥକେୟାର୍‌ ଇନୋଭେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ର ଶିଳାନ୍ୟାସ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ଉତ୍ତରପୂର୍ବରେ ସାମାଜିକ ଭିତ୍ତିଭୂମି ଉଲ୍ଲେଖଯୋଗ୍ୟ ଉନ୍ନତି କରିଛି। ଜନତାଙ୍କ ପାଇଁ ଆମେ ସେବା ଭାବ ନେଇ କାମ କରୁଛୁ। ଆମ ସରକାରେ ନୀତି, ଉଦ୍ଦେଶ୍ୟ ଓ ବିଶ୍ବସ୍ତତା ସ୍ବାର୍ଥ ନିର୍ଦ୍ଧାରିତ ନୁହେଁ, ଦେଶ ଆଗ, ଦେଶବାସୀ ଆଗ ମନୋଭାବଦ୍ବାରା ନିର୍ଦ୍ଧାରିତ ହୋଇଛି। ଆମ ସରକାରଙ୍କଦ୍ବାରା ଆରମ୍ଭ ହୋଇଥିବା ଯୋଜନା ମହିଳାମାନଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଖୁବ୍‌ ଉପକାରୀ ହୋଇପାରିଛି।

ଉପରୋକ୍ତ କାର୍ଯ୍ୟକ୍ରମ ସମ୍ପନ୍ନ କରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀମନ୍ତ ଶଙ୍କରଦେବ କଳାକ୍ଷେତ୍ର ଅଭିମୁଖେ ଯାଇ ସେଠାରେ ଗୌହାଟି ହାଇକୋର୍ଟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।

ad-week
Leave A Reply

Your email address will not be published.