ମାମଲା ଜିଣିଲେ ମେହୁଲ୍‌ ଚୋକ୍‌ସି…

add-all

ରୋଜ: ୧୩୦୦୦ କୋଟି ଟଙ୍କା ବ୍ୟାଙ୍କ୍‌ ଠକେଇ ମାମଲାରେ ଭାରତ ଖୋଜୁଥିବା ହୀରା ବ୍ୟବସାୟୀଙ୍କ ସପକ୍ଷରେ ଶୁକ୍ରବାର ଦିନ ହାଇକୋର୍ଟ ରାୟ ଦେଇଥିବାରୁ ତାଙ୍କୁ ଆଣ୍ଟିଗୁଆ ଓ ବାରବୁଡ଼ରୁ ହଟାଯାଇ ପାରିବନାହିଁ ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଡୋମିନିକାରୁ ପ୍ରକାଶିତ ‘ନେଚର୍‌ ଆଇଲ୍‌ ନିଉଜ୍‌’ ରିପୋର୍ଟ ଅନୁସାରେ, ଅଭିଯୋଗକାରୀ ମେହୁଲ୍‌ ଚୋକ୍‌ସି ଦାଏର କରିଥିବା ମାମଲାରେ ଯୁକ୍ତି ବାଢ଼ିଥିଲେ ଯେ, ପ୍ରତିବାଦୀମାନଙ୍କର ଦାୟିତ୍ବ ମଧ୍ୟ ରହିଛି। ତେଣୁ, ଆଣ୍ଟିଗୁଆର ଆଟର୍ଣ୍ଣି ଜେନେରାଲ୍‌ ଓ ପୁଲିସ ମୁଖ୍ୟ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଉଚିତ। ତାଙ୍କ ପ୍ରତି ଅମାନବୀୟ ଏବଂ ଲଜ୍ଜାଦାୟକ ବ୍ୟବହାର ପ୍ରଦର୍ଶନ ବା ଶାସ୍ତିବିଧାନ କରାଯାଇଥିଲା।

ତେଣୁ, ୨୦୨୧ ମେ ୨୩ରେ ତାଙ୍କୁ ବଳପୂର୍ବକ ଆଣ୍ଟିଗୁଆ ଓ ବାରବୁଡ଼ରୁ କେଉଁ ପରିସ୍ଥିତିରେ ବଳପୂର୍ବକ ବାହାର କରି ଦିଆଯାଇଥିଲା ତା’ର ତନ୍ତ କରାଯିବା ଉଚିତ ବୋଲି କରିଥିବା ଆବେଦନ ଯୋଗୁଁ ଚୋକ୍‌ସିଙ୍କୁ ଆଶ୍ବସ୍ତି ମିଳିଛି।

‘ପଞ୍ଜାବ ନ୍ୟାସ୍‌ନାଲ୍‌ ବ୍ୟାଙ୍କ୍‌’ରୁ ୧୩,୦୦୦ କୋଟି ଟଙ୍କା ଠକିଥିବା ଅଭିଯୋଗରେ ୬୩ ବର୍ଷିୟ ଚୋକ୍‌ସିଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ଭାରତ କହୁଛି।

କିନ୍ତୁ, ଅଦାଲତଙ୍କ ଆଦେଶ ଅନୁସାରେ, ଉଭୟ ପକ୍ଷଙ୍କ ଶୁଣାଣି ଶେଷ ହେବା ଏବଂ ଅନ୍ୟାନ୍ୟ ଆଇନଗତ ବିକଳ୍ପ ଓ ଆବେଦନ ଆଦି ଶେଷ ନ ହେବା ପର୍ଯ୍ୟନ୍ତ ଚୋକ୍‌ସିଙ୍କୁ ଆଣ୍ଟିଗୁଆ ଓ ବାରବୁଡ଼ ଅଞ୍ଚଳରୁ ହଟାଯାଇ ପାରିବ ନାହିଁ।

ଅପରାଧିକ ବିଚାରର ସମ୍ମୁଖୀନ କରାଇବା ଲାଗି ସମସ୍ତ ପଳାତକ ଅପରାଧୀମାନଙ୍କୁ ଭାରତକୁ ଫେରାଇ ଅଣାଯିବ ବୋଲି ଜାରି କରିଥିବା ବିବୃତିରେ ଭାରତର ‘ସିବିଆଇ’ କହିଛି।

ad-week
Leave A Reply

Your email address will not be published.