ଚୀନ ମାଞ୍ଜା ସୂତା ଉପରେ ଲାଗିବ ରୋକ୍‌

add-all

ନୂଆଦିଲ୍ଲୀ : ଚୀନ ମାଞ୍ଜା ସୂତା ଜନିତ ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ବିଶେଷ ଅଭିଯାନ ଆରମ୍ଭ ହୋଇଛି। ଏଥି ପାଇଁ ସିପିସିବି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ଚୀନ ମାଞ୍ଜାର ପ୍ରସ୍ତୁତି, କିଣାବିକା, ଭଣ୍ଡାରଣ ଓ ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଜାରିକରିଛି। ଏଭଳି ସୂତା ବା ସାମଗ୍ରୀ ପ୍ରସ୍ତୁତ କରୁଥିବା ଉଦ୍ୟୋଗ ଉପରେ ମଧ୍ୟ ତଦାରଖ କଡାକଡି କରାଯିବ।

ନିକଟରେ ଦେଶର ବିଭିନ୍ନ ଭାଗରେ ଚୀନ ମାଞ୍ଜା କାରଣରୁ ଦୁର୍ଘଟଣାରେ କିଛି ଲୋକଙ୍କ ପ୍ରାଣହାନି ଘଟିଥିଲା। ପ୍ରଥମେ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଦ୍ବାରା ଚୀନ ମାଞ୍ଜାର ବ୍ୟବହାର ଉପରେ ରୋକ ଲଗାଇବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ସିପିସିବି ସମସ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ପିସିସି)ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପିସିସିକୁ ୩୦ ଦିନ ଭିତରେ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଛି। ଯାହା ଦ୍ବାରା ସମଗ୍ର ସ୍ଥିତିର ଆକଳନ କରାଯାଇ ଆଗକୁ ବ୍ୟାପକ ଅଭିଯାନ ପାଇଁ ରଣନୀତି ପ୍ରସ୍ତୁତ କରାଯାଇପାରିବ। ଓଡ଼ିଶାରେ ମଧ୍ୟ ବିଗତ ଦିନମାନଙ୍କରେ ମାଞ୍ଜାସୂତା ଜନିତ ଦୁର୍ଘଟଣା ଘଟିଥିଲା।

ad-week
Leave A Reply

Your email address will not be published.