ପୁଅର ଶେଷକୃତ୍ୟ ସମ୍ପନ୍ନ କରିଥିବା ପାଦ୍ରୀଙ୍କୁ ଭେଟିବା ପରେ ଲୁହ ଛଳଛଳ ହୋଇଗଲା ଜୋ ବାଇଡେନ୍‌ଙ୍କ ଆଖି…

add-all

ବାଲିନା (ଆୟର୍ଲାଣ୍ଡ୍‌): ପୁଅ ବିୟୁର ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣେ ଆଇରିସ୍‌ ଗୀର୍ଜାର ପାଦ୍ରୀଙ୍କ ସହିତ ଶୁକ୍ରବାର ଦିନ ହଠାତ୍‌ ଭେଟ ହେବା ବେଳେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କାନ୍ଦି ପକାଇଥି‌ବା କଥା ‘ରଏଟର୍ସ’ ରିପୋର୍ଟ କରିଛି।

ଆୟର୍ଲାଣ୍ଡ୍‌ ଗସ୍ତରେ ଥିବା ରାଷ୍ଟ୍ରପତି ଜୋ ବାଇଡେନ୍‌ ‌ଗସ୍ତର ଶେଷ ଦିବସରେ କୋ ମାୟୋରେ ଥିବା ନକ୍‌ ସ୍ରାଇନ୍‌କୁ ଯାଇଥିବା ବ‌େଳେ ଫାଦର୍‌ ଫ୍ରାଙ୍କ୍‌ ଓ’ ଗ୍ରେଡିଙ୍କୁ ଭେଟିଥିଲେ। ତାଙ୍କୁ ଭେଟିବା ବେଳେ ରାଷ୍ଟ୍ରପତି ବାଇଡେନ୍‌ଙ୍କ ଆଖି ଲୁହ ଛଳ ଛଳ ହୋଇଯାଇଥିଲା।

ଫାଦର୍‌ ଫ୍ରାଙ୍କ୍‌ ଓ’ ଗ୍ରେଡି କହିଛନ୍ତି, ସେ ହସିଲେ ଓ କାନ୍ଦିଲେ ମଧ୍ୟ। ରାଷ୍ଟ୍ରପତି ଜାଣି ନ ଥିଲେ ଏଠାକାର ଜଣେ ପାଦ୍ରୀଙ୍କର ତାଙ୍କ ସହିତ ବ୍ୟକ୍ତିଗତ ଯୋଗସୂତ୍ର ଥିଲା ବୋଲି। ରାଷ୍ଟ୍ରପତି ତାଙ୍କ ପରିବାର ଓ ଧର୍ମ ବିଶ୍ବାସ ସମ୍ପର୍କରେ ଏବଂ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ବିଷୟରେ କହିଲେ।

ସୂଚନାଯୋଗ୍ୟ, ରାଷ୍ଟ୍ରପତି ବାଇଡେନ୍‌ଙ୍କ ଜ୍ୟେଷ୍ଠପୁତ୍ର ବିୟୁ ବାଇଡେନ୍‌ଙ୍କର ୨୦୧୫ରେ ମସ୍ତିଷ୍କ କର୍କଟ ରୋଗ କାରଣରୁ ମୃତ୍ୟୁ ଘଟିଥିଲା। ନକ୍‌ ସ୍ରାଇନ୍‌ର ଜଣେ ପାଦ୍ରୀ (ଫାଦର୍‌ ଫ୍ରାଙ୍କ୍‌ ଓ’ ଗ୍ରେଡି) ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଆଇରିସ୍‌ ପାଦ୍ରୀ ଓ’ ଗ୍ରେଡି ୱାସିଂଟନ୍‌ ଡି.ସି.ରେ ଥିବା ୱାଲ୍‌ଟର୍‌ ରିଡ୍‌ ମିଲିଟାରି ହସ୍ପିଟାଲ୍‌ରେ କାମ କରୁଥିଲେ।

ରାଷ୍ଟ୍ରପତି ବାଇଡେନ୍‌ ତାଙ୍କୁ ଭେଟିବାକୁ ଚାହିଁଲେ। ତେଣୁ, ତାଙ୍କୁ ଖୋଜି ଆଣିବା ଲାଗି ଜଣେ ଗୁଇନ୍ଦା ଏଜେଣ୍ଟ୍‌ଙ୍କୁ ପଠାଇଲେ। ସେ ଆସିବାରୁ ବାଇଡେନ୍‌ ତାଙ୍କୁ କୋଳେଇ ନେଇଥିଲେ।

ad-week
Leave A Reply

Your email address will not be published.