ଜୁଲାଇ ୧ରୁ ଆରମ୍ଭ ହେବ ଅମରନାଥ ଯାତ୍ରା…

add-all

ବାର୍ଷିକ ଅମରନାଥ ଯାତ୍ରା କେବେ ଠାରୁ ଆରମ୍ଭ ହେବ, ତା’ର ତାରିଖ ଆଜି ଘୋଷଣା କରାଯାଇଛି। ଜୁଲାଇ ୧ରୁ ବାବା ଅମରନାଥଙ୍କ ଯାତ୍ରା ଆରମ୍ଭ ହେବ। ଦୀର୍ଘ ୬୦ ଦିନ ଧରି ଏହି ଯାତ୍ରା ଚାଲିବ। ଏହି ଅବସରରେ ଦକ୍ଷିଣ କଶ୍ମୀରରେ ଥିବା ଗୁମ୍ପାକୁ ଯାଇ ଶ୍ରଦ୍ଧାଳୁମାନେ ବାବା ଅମରନାଥଙ୍କ ଦର୍ଶନ କରିପାରିବେ।

ଉଭୟ ଅଫଲାଇନ ଓ ଅନଲାଇନରେ ଏହି ଯାତ୍ରା ପାଇଁ ଶ୍ରଦ୍ଧାଳୁମାନେ ପଞ୍ଜୀକରଣ କରିପାରିବେ। ଏପ୍ରିଲ ୧୭ରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଏ ସମ୍ପର୍କରେ ଜମ୍ମୁ-କଶ୍ମୀରର ଉପ ରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଉପଯୁକ୍ତ ବ୍ୟବସ୍ଥା ଓ ଅତ୍ୟନ୍ତ ସୁରୁଖୁରୁରେ ଯାତ୍ରା ଶେଷ କରିବାକୁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ। ଶ୍ରଦ୍ଧାଳୁମାନଙ୍କ ସୁରକ୍ଷିତ ଯାତ୍ରା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପ୍ରଥମ ପ୍ରାଥମିକତା। ପ୍ରଶାସନ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁ ଓ ସେବା ପ୍ରଦାନକାରୀ ଲୋକଙ୍କୁ ଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ସହ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ଜିନିଷ ଯୋଗାଇ ଦିଆଯିବ।

ଯାତ୍ରା ପୂର୍ବରୁ ଟେଲିକମ ସେବାକୁ ଅଧିକ ତ୍ୱରାନ୍ୱିତ କରାଯିବ। ବିଜୁଳି, ସୁରକ୍ଷା ଠାରୁ ଆରମ୍ଭ କରି ସବୁ ପ୍ରକାରର ବ୍ୟବସ୍ଥା ପାଇଁ ସମସ୍ତ ବିଭାଗ କାମ କରୁଛନ୍ତି। ଭଲ ଭାବେ ଯାତ୍ରାକୁ ଶେଷ କରିବା ସମସ୍ତଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସବୁ ବର୍ଷ ଭଳି ଏଥର ମଧ୍ୟ ଅନନ୍ତନାଗରେ ଥିବା ପାହାଲଗାମ ଓ ଗଣ୍ଡେରବାଲ ଜିଲ୍ଲାରେ ଥିବା ବାଲଟାଲ ଟ୍ରାକ୍‌ରୁ ଯାତ୍ରା ସମାନ ସମୟରେ ଆରମ୍ଭ ହେବ।

ad-week
Leave A Reply

Your email address will not be published.