‘ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ଶେଷ ହୋଇଯାଇଛି’: ବିରୋଧୀ ନେତା

add-all

ନୂଆଦିଲ୍ଲୀ: ଗଣମାଧ୍ୟମ ଓ ପୁଲିସ ଉପସ୍ଥିତିରେ ଗତ ଶନିବାର ରାତିରେ ଅତିକ ଅହମଦ ଓ ତାର ଭାଇ ଅସରଫଙ୍କୁ ତିନିଜଣ ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ପରେ ପ୍ରୟାଗରାଜରେ ଉତ୍ତେଜନା ପ୍ରକାଶ ପାଇଥିବାରୁ ୧୪୪ ଧାରା ଜାରି କରାଯାଇଛି। ଏହି ହତ୍ୟାଘଟଣାକୁ ନେଇ କ୍ରମାଗତ ଭାବେ ବିରୋଧୀମାନେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉତ୍ତରପ୍ରଦେଶ ଯୋଗୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ବିରୋଧୀ ନେତାମାନେ ଏହି ହତ୍ୟାକାଣ୍ଡ ଘଟଣାକୁ ନେଇ କହିଛନ୍ତି, ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ଶେଷ ହୋଇଯାଇଛି।
ଏହି କ୍ରମରେ ସମାଜବାଦୀ ପାର୍ଟିର ମହାସଚିବ ପ୍ରୋ.ରାମଗୋପାଳ ଯାଦବ ଅତିକ ଓ ଅସରଫଙ୍କ ହତ୍ୟା ଘଟଣାକୁ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି।
ରାମଗୋପାଳ ଯାଦବ କହିଛନ୍ତି, ‘ପୁଲିସ ହାତରେ ଅତିକ ଓ ତାଙ୍କ ଭ‌ାଇ ଅସରଫଙ୍କ ହାତକଡ଼ି ଥିଲା। ତା’ପରେ ବି ଦୁର୍ବୃତ୍ତ ଗୁଳିମାଡରେ ଦୁହିଁଙ୍କ ମୃତ୍ୟୁ ହେବା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେଉଛି। ଏହି ଘଟଣାର ଯାଞ୍ଚ କରୁଥ‌ିବା ଅଧିକାରୀମାନେ ଯଦି ସଚ୍ଚୋଟ ହୋଇଥିବେ ତେବେ ବଡ଼ବଡ଼ ନାମୀଦାମୀଲୋକ ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ସୂଚନା ମିଳିବ।
ଅତିକ କୌଣସି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହିଁ। ଏମିତି ଲୋକ ଅଛନ୍ତି ଯେଉଁମାନେ ବଡ଼ବଡ଼ ସ୍ଥାନରେ ବସି ଲୋକଙ୍କ ଉପରେ ବୋମା ଫିଙ୍ଗି ହତ୍ୟା କରି ଦେଉଛନ୍ତି। ତାଙ୍କୁ ତ କାହିଁ କେହି ଗ୍ୟାଙ୍ଗଷ୍ଟାର ବୋଲି କହୁନାହାନ୍ତି।
ଅତିକର ଗୋଟିଏ ପୁଅକୁ ହତ୍ୟା କରାଯାଇଥିବା ବେଳେ ଆଉ ଚାରିଜଣ ପୁଅ ଅଛନ୍ତି। ମୁଁ ଜାଣିଛି ସେମାନଙ୍କୁ ବି କୌଣସି ନା କୌଣସି ବାହାନାରେ ହତ୍ୟା କରିଦିଆଯିବ। ଦେଶ ପଛେ ନଷ୍ଟ ହୋଇଯାଉ, କିନ୍ତୁ ନିର୍ବାଚନ ଜିତିବା ପାଇଁ କିଛି ବି କରାଯାଇପାରେ। ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା ଶେଷ ହୋଇଯାଇଛି।’

ad-week
Leave A Reply

Your email address will not be published.