ଆମେ ଅତିକ-ଅସରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ

add-all

ପ୍ରୟାଗରାଜ : କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ତଥା ପୂର୍ବତନ ସାଂସଦ ଅତିକ ଅହମଦକୁ ଶନିବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ପୁଲିସ ଏନ୍‌କାଉଣ୍ଟରରେ ଗତ ଗୁରୁବାର ଦିନ ପୁଅର ମୃତ୍ୟୁ ଘଟିଥିବା ବେଳେ ପ୍ରୟାଗରାଜରେ ଶନିବାର ରାତିରେ ଅତିକ ମଧ୍ୟ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛି। ଆକ୍ରମଣରେ ଅତିକ ସହିତ ତାର ଭାଇ ଅସରଫ ଅହମଦ ମଧ୍ୟ ନିହତ ହୋଇଛି। ଏହି ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଏଥି ସହିତ ଏହି ହତ୍ୟା ମାମଲାରେ ଏକ ଏଫଆଇଆର ପଞ୍ଜିକୃତ ହୋଇଛି। ହତ୍ୟା ମାମଲାରେ ଅଭିଯୁକ୍ତ ଲଭଲେଶ ତିୱାରୀ, ସନ୍ନି ସିଂ ଏବଂ ଅରୁଣ ମୋୖର୍ଯ୍ୟଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। ଏହି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୨, ଧାରା ୩୦୭, ଆର୍ମସ ଆକ୍ଟର ଧାରା ୩, ଆର୍ମସ ଆକ୍ଟର ଧାରା ୭, ଆର୍ମସ ଆକ୍ଟର ଧାରା ୨୫, ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ଦେଇଥିବା ସୂଚନା ସମ୍ପର୍କରେ ପୁଲିସ ବିସ୍ତୃତ ଭାବେ ଉଲ୍ଲେଖ କରିଛି।

ଏଫ୍ଆଇଆର୍ ଅନୁଯାୟୀ ତିନି ଅଭିଯୁକ୍ତ କହିଛନ୍ତି ଯେ, ‘ଆମେ ଅତିକ-ଅସରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ | ଆମେ ଖସିଯିବାକୁ ଚାଁହୁଥିଲୁ, କିନ୍ତୁ ପୁଲିସ ଆମକୁ ଘେରିଯିବାରୁ ଖସିପଳାଇପାରିନଥିଲୁ | ଆମେ ଅନେକ ଦିନ ଧରି ହତ୍ୟା କରିବାକୁ ଯୋଜନା କରୁଥିଲୁ। କିନ୍ତୁ ଉପଯୁକ୍ତ ସୁଯୋଗ ପାଉନଥିଲୁ’ । ହତ୍ୟାକାଣ୍ଡର ଉଦ୍ଦେଶ୍ୟ ବିଷୟରେ ତିନିଜଣ ଅଭିଯୁକ୍ତ କହିଥିଲେ ଯେ ଆମେ ଅତିକ-ଅସରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ । ଯେତେବେଳେ ଆମେ ଅତିକ-ଅସରଫଙ୍କ ପୁଲିସ୍ ରିମାଣ୍ଡ ବିଷୟରେ ସୂଚନା ପାଇଥିଲୁ ସେବେଠାରୁ ଆମେ ମିଡିଆ କର୍ମୀ ଭାବରେ ସେମାନଙ୍କ(ସାମ୍ବାଦିକ) ସହ ବୁଲୁଥିଲୁ | ଆମେ ଉଭୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲୁ କିନ୍ତୁ ସଠିକ୍ ସମୟ ଏବଂ ସୁଯୋଗ ପାଉନଥିଲୁ | ତେବେ ଶନିବାର ରାତିରେ ଯେତେବେଳେ ଆମେ ସୁଯୋଗ ପାଇଲୁ, ଆମେ ହତ୍ୟା କରିଥିଲୁ |”

ad-week
Leave A Reply

Your email address will not be published.