ବିଗିଡ଼ଗଲା ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା, ଦିଲ୍ଲୀ ହସପିଟାଲରେ ଭର୍ତ୍ତି

add-all

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ସୋମବାର ଭୋର ପ୍ରାୟ ୩ଟା ବେଳେ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ନିରୀକ୍ଷଣରେ ରଖାଯାଇଥିବା ଜଣାପଡିଛି । ଏହା ପୂର୍ବରୁ ମଧ୍ୟ ଆଜମ ଖାନ ଅସୁସ୍ଥତା କାରଣରୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହୋଇସାରିଛନ୍ତି ।
ଆଜମ ଖାନ ରାମପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ଏବଂ ରାମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୧୦ ଥର ବିଧାୟକ ହୋଇଥିଲେ ମଧ୍ୟ ସ୍ଥାନୀୟ ଅଦାଲତ ତାଙ୍କୁ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ଦଣ୍ଡିତ କରିବା ପରେ ତାଙ୍କର ବିଧାନସଭା ସଦସ୍ୟତା ବାତିଲ କରାଯାଇଥିଲା । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାମପୁରରେ ଅବସ୍ଥାପିତ ସରକାରୀ ଅଧିକାରୀଙ୍କ ନାମରେ ଆପତ୍ତିଜନକ ବୟାନ ଦେଇଥିଲେ ।

୨୦୨୨ ମେ’ ମାସରେ ଆହ୍ଲାବାଦ ହାଇକୋର୍ଟ ଓ୍ଵାକଫ୍ ବୋର୍ଡର ଜମିକୁ ଭୁଲ୍ ଭାବେ ଦଖଲ କରିବା ମାମଲାରେ ଆଜମ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.