ଅଭିଷେକ ବାନାର୍ଜୀଙ୍କୁ ଜେରା କରିବାକୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କଲେ ସୁପ୍ରିମ୍‌ କୋର୍ଟ

add-all

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସ୍କୁଲ୍‌ ଶିକ୍ଷକ ଚୟନରେ ହୋଇଥିବା ଦୁର୍ନୀତି ଉପରେ ଚାଲିଥିବା ତଦନ୍ତରେ ‘ତୃଣମୂଳ କଂଗ୍ରେସ’ର ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ମଧ୍ୟ ଜେରା କରାଯାଉ ବୋଲି ‘ସିବିଆଇ’ ଓ ‘ପ୍ରବର୍ତ୍ତନ’ ନିର୍ଦେଶାଳୟଙ୍କୁ ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌ କୋର୍ଟ ରହିତାଦେଶ ଜାରି କରିଛନ୍ତି।
ଏପ୍ରିଲ୍‌ ୨୪ ତାରିଖ ଦିନ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ।
ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଏବଂ ବିଚାରପତି ପି. ଏସ୍‌. ନରସିଂହ ଓ ଜେ. ବି. ପାର୍‌ଦୀୱାଲା ଏପ୍ରିଲ୍‌ ୧୩ ତାରିଖ ଦିନ କାଲ୍‌କାଟା ହାଇକୋର୍ଟ ଦେଇଥିବା ଉକ୍ତ ଆଦେଶ ଉପରେ ରହିତାଦେଶ ଜାରି କରିଛନ୍ତି।
କାଲ୍‌କାଟା ହାଇକୋର୍ଟଙ୍କ ଜଣିକିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଉକ୍ତ ଆଦେଶରେ ଉଲ୍ଲେଖ କରିଥିଲେ ଯେ, ଲାଞ୍ଚ ବିନିମୟରେ ସ୍କୁଲ୍‌ ଚାକିରି ମାମଲାରେ ଅନ୍ୟତମ ଅଭିଯୁକ୍ତ କୁନ୍ତଳ ଘୋଷ ଏବଂ ‘ତୃଣମୂଳ କଂଗ୍ରେସ୍‌’ ନେତା ଅଭିଷେକ ବାନାର୍ଜୀଙ୍କୁ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଓ ‘ସିବିଆଇ’ ଜେରା କରିପାରିବେ। ଏବଂ ଏହି ଜେରା ଅବିଳମ୍ବେ କରାଯିବା ଉଚିତ।
ହାଇକୋର୍ଟଙ୍କ ରାୟକୁ ସୁପ୍ରିମ୍‌ କୋର୍ଟରେ ଚାଲେଞ୍ଜ୍‌ କରାଯାଇଥିଲା।
କିନ୍ତୁ, ପରିବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଅଭିଷେକଙ୍କ ଉପରେ ତନ୍ତକାରୀ ଏଜେନ୍‌ସିମାନେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି।

ad-week
Leave A Reply

Your email address will not be published.