ଅତିକ ଅହମଦ ହତ୍ୟା ଘଟଣା: ଓକିଲଙ୍କ ଘର ବାହାରେ ବୋମାମାଡ଼

add-all

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ ଗୋବାର ଗଲି ଅଞ୍ଚଳରେ ବୋମା ମାଡ଼ ହୋଇଛି। ଶନିବାର ଗୁଳିମାଡ଼ରେ ପ୍ରାଣ ହରାଇଥିବା ଅତିକ ଅହମଦଙ୍କ ଜଣେ ଓକିଲଙ୍କ ଘର ଏଠାରେ ରହିଛି। ଓକିଲଙ୍କ ଘର ବାହାରେ ହିଁ ଏପରି ବୋମା ମାଡ଼ କରାଯାଇଛି। ତେବେ ଏଥିରେ କେହି ବି ଆହତ ହୋଇନାହାନ୍ତି।
ଅତିକଙ୍କ ଓକିଲଙ୍କୁ ଟାର୍ଗେଟ କରି ବୋମା ମାଡ଼ ହୋଇଥିବା ଚର୍ଚ୍ଚା ହେଉଥିଲେ ହେଁ ଏହାକୁ ପୁଲିସ୍‌ ଖଣ୍ଡନ କରିଛି। ପୁଲିସ୍‌ କହିଛି ଯେ ଏହା ଟାର୍ଗେଟ ଆକ୍ରମଣ ନୁହେଁ। ଦୁଇ ଗ୍ରୁପ୍‌ ମଧ୍ୟରେ ଜାରି ରହିଥିବା ବିବାଦ କାରଣରୁ ବୋମା ମାଡ଼ ହୋଇଛି।
ବୋମା ମାଡ଼ ଖବର ମିଳିବା ପରେ କୋଲୋନେଲଗଞ୍ଜ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି। ସେହିପରି ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
ଅନ୍ୟପକ୍ଷରେ କ୍ରମାଗତ ଉତ୍ତର ପ୍ରଦେଶରେ ଗୁଳି ଓ ବୋମା ମାଡ଼ ଯୋଗୁ ସାଧାରଣ ଲୋକ ଚିନ୍ତାରେ ରହିଛନ୍ତି। ବିରୋଧୀ ମଧ୍ୟ ରାଜ୍ୟ ସରକାରଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଟାର୍ଗେଟ କରିଛନ୍ତି। ଶନିବାର କ୍ୟାମେରା ସାମ୍ନାରେ ୩ ଜଣ ଯୁବକ ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାର ଦିନକ ପରେ ଜଣେ କଲେଜ ଛାତ୍ରୀଙ୍କୁ ବିଚ୍‌ ରାସ୍ତାରେ ଦୁଇ ଜଣ ଯୁବକ ଗୁଳି କରି ମାରି ଦେଇଥିଲେ।

ad-week
Leave A Reply

Your email address will not be published.