ଏଲଏସିକୁ ଲାଗିଥିବା ତିବ୍ବତରେ କ୍ଷେପଣାସ୍ତ୍ର ମୁତୟନ କରୁଛି ଚୀନ, ଭାରତର ଚିନ୍ତା ବଢିଲା

add-all

ନୂଆଦିଲ୍ଲୀ: ଭାରତର ସୀମାବର୍ତ୍ତୀ ରାଜ୍ୟଗୁଡ଼ିକୁ ଦଖଲ କରିବା ନେଇ ଚୀନ୍ ପୁଣି ଥରେ ସକ୍ରିୟ ହୋଇଛି। ନିକଟରେ ଚୀନ୍ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଥିଲା, ଯାହା ପରେ ଚୀନ୍ ଏବେ ଅରୁଣାଚଳ ପ୍ରଦେଶ ସମ୍ମୁଖରେ ଥିବା ନିଜର ସମସ୍ତ ଏୟାରବେସଗୁଡ଼ିକୁ ସୁଦୃଢ଼ କରିବା ପାଇଁ କାମ କରୁଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ଭାରତକୁ ଲାଗିଥିବା ତିବ୍ଦତରେ ମଧ୍ୟ ନିଜର ବାୟୁଶକ୍ତି ବୃଦ୍ଧି କରିବା ଆରମ୍ଭ କରିଛି । ଏସବୁ ବ୍ୟତୀତ ଚୀନ ଅରୁଣାଚଳକୁ ଲାଗିଥିବା ସୀମା ସେପଟେ ନିର୍ମିତ ରନୱେର ଦୈର୍ଘ୍ୟ ବୃଦ୍ଧି କରିବା ସହ ସିଲିଗୁଡି କରିଡର ନିକଟରେ ନିଜର ନୂଆ ଭୂପୃଷ୍ଠରୁ ଆକାଶରେ କ୍ଷେପଣାସ୍ତ୍ର ମୁତୟନ କରିଛି । ବିଶେଷକରି ଭାରତ-ଚୀନ-ଭୁଟାନ ତ୍ରିଛକିରେ ଥିବା ଡୋକଲାମ ନିକଟରେ କ୍ଷେପଣାସ୍ତ୍ର ଲଞ୍ଚପ୍ୟାଡ୍ ନିର୍ମାଣ କରୁଛି ଓ ସେଠାରେ କ୍ଷେପଣାସ୍ତ୍ର ସଜ୍ଜିତ କରୁଛି । ସୀମା ନିକଟରେ କ୍ଷେପଣାସ୍ତ୍ର ମୁତୟନ କରିବା ଭାରତ ପାଇଁ ଚିନ୍ତାର କାରଣ ହୋଇଛି ।

ଡୋକଲାମ ସୀମା ବିବାଦକୁ ନେଇ ପାଟିତୁଣ୍ଡ ପରେ ୨୦୧୭ରେ ଚୀନ ପ୍ରସ୍ତୁତି ଆରମ୍ଭ କରିଥିଲା। ବର୍ତ୍ତମାନ ସୁଦ୍ଧା ଡ୍ରାଗନ୍ ଭାରତ ସଂଲଗ୍ନ ଅଞ୍ଚଳର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ହେଲିପ୍ୟାଡ୍ ଏବଂ ଏୟାରଷ୍ଟ୍ରିପ୍ ପ୍ରସ୍ତୁତ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଚୀନ୍ ତିବ୍ଦତରେ ଥିବା ନିଜ ଏୟାରବେସରେ ଲଢ଼ୁଆ ବିମାନ, ହେଲିକପ୍ଟର, ଆର୍ଲି ଓ୍ବାଣ୍ଣିଂ ସିଷ୍ଟମ (ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ) ଏବଂ ନୂଆ ରାଡାରର ସେନା ମୁତୟନ କରିଛି।

ad-week
Leave A Reply

Your email address will not be published.