ସମ୍ବଲପୁର: ପୁଣି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍‌ ବନ୍ଦ

add-all

ମ୍ବଲପୁର: ସମ୍ବଲପୁରରେ ଶାନ୍ତି ଫେରାଇ ଆଣିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ପରିପ୍ରେକ୍ଷୀ​‌ରେ ବୁଧବାର ପୁଣି ଜିଲାରେ ୨୪ ଘଣ୍ଟା ପାଇଁ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ଘୋଷଣା କରାଯାଇଛି। ସାମାଜିକ ଗଣମାଧ୍ୟମର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି।

ତେବେ ଜିଲାର ୬ଟି ବ୍ଲକ ରେଢାଖୋଲ, ନାକଟିଦେଉଳ, ଯୁଜୁମୁରା, ବାମରା, କୁଚିଣ୍ଡା, ଯମନକିରାରେ ଜରୁରୀକାଳୀନ ସେବା ଯୋଗାଉଥିବା ପ୍ରତିଷ୍ଠାନଗୁଡ଼ିକୁ ଲିଜ୍‌ ଲାଇନ୍ ଜରିଆରେ ସୀମିତି ସ୍ପିଡ୍‌ରେ ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଇଛି। ସୂଚନାଯୋଗ୍ୟ, ୧୫ ତାରିଖ ଦିନ ୧୦ଟାରୁ ସମ୍ବଲପୁର ଜିଲାରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ad-week
Leave A Reply

Your email address will not be published.