ସମ୍ବଲପୁରରେ ଫେରୁଛି ଶାନ୍ତି, ଅଧିକ କୋହଳ ହେଲା କର୍ଫ୍ୟୁ…

add-all

ସମ୍ବଲପୁର: ସମ୍ବଲପୁରରେ ଫେରୁଛି ଶାନ୍ତି। ଅଧିକ କୋହଳ ହେଲା କର୍ଫ୍ୟୁ। ଆଜିଠାରୁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଛି। ସହରରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି ।

ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅବସରରେ ଦୀର୍ଘ ୬ ଦିନ ଧରି ସହରରେ ଲାଗିରହିଥିବା ଅଚଳାବସ୍ଥା ଦୂର କରିବା ଲାଗି ସହରରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟସ ଜାରି ରହିଛି। ତକାଲି ଜିଲ୍ଲାପାଳ ସମ୍ବଲପୁରର ବିିଭିନ୍ନ ବର୍ଗର ଲୋକଙ୍କ ସହ ବୈଠକ କରିଥିଲେ। ସେହିପରି ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନଗୁଡିକ ମଧ୍ୟ ବୈଠକ କରିଥିଲେ। ୨୨ ତାରିଖରେ ଇଦ୍‌-ଉଲ୍‌-ଫିତର ପର୍ବ ଅନୁଷ୍ଠିତ ହେବ । ହନୁମାନ ଜୟନ୍ତୀରେ ଯେଉଁ ଅଘଟଣ ଘଟିଲା ଯେପରି ପୁନରାବୃତ୍ତି ନହେବ ସେଥିପାଇଁ ପ୍ରୟାସ ଜାରି ରହିଛି। ହନୁମାନ ଜୟନ୍ତୀ ରାଲି ବେଳେ ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ଗିରଫ ହେଲେଣି ୮୫ ଜଣ । ଆଇନଶୃଙ୍ଖଳା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି ପୋଲିସ ଓ ଜିଲ୍ଲା ପ୍ରଶାସନ ।

ad-week
Leave A Reply

Your email address will not be published.