ବିଶ୍ବହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ୧୨ଘଣ୍ଟିଆ ହରତାଳ ପ୍ରଭାବରେ ମାଲକାନଗିରି ବନ୍ଦ…

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।ଏହି ବନ୍ଦ ପ୍ରଭାବରେ ଜିଲ୍ଲାରେ ଚକଅଖ ସମ୍ପୂର୍ଣ ବନ୍ଦ ରହିଥିବା ବେଳେ ଜିଲ୍ଲାର ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଶିକ୍ଷା ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ଦେଖିବାକୁ ମିଳିଛି। ବିଗତ ୧୨ ତାରିଖ ଦିନ ସମ୍ବଲପୁର ଠାରେ ହନୁମାନ ଜୟନ୍ତି ଶୋଭାଯାତ୍ରାରେ ହିନ୍ଦୁ ସଂଗଠନ ପକ୍ଷରୁ ବାଇକ ଶୋଭାଯାତ୍ରା କରାଯାଉଥିବା ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରୀଙ୍କ ଉପରକୁ ପଥର ମାଡ କରିଥିଲେ ଫଳରେ ଅନେକ ପୋଲିସ କର୍ମଚାରୀ ଙ୍କ ସହ ଶୋଭାଯାତ୍ରୀ କାରୀ ମାନେ ଗୁରୁତ୍ତର ଆହତ ହୋଇଥିଲେ । ଯାହାକୁ ନେଇ ସେଠାରେ 144 ଧାରା ଲାଗୁହେବା ସହ ଏହାକୁ ବିଭିନ୍ନ ହିନ୍ଦୁ ସଙ୍ଗଠନ ନିନ୍ଦା କରିବା ସହ ଆଜି ଏହାର ପ୍ରତିବାଦରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ବନ୍ଦ ଡାକରା ଦିଆଯାଇଛି। ଯାହାର ପ୍ରଭାବ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଥିବା ବେଳେ ଜିଲ୍ଲାର ସମସ୍ତ ବ୍ଲକ ରେ ବିଶ୍ବହିନ୍ଦୁ ପରିଷଦର କର୍ମୀମାନେ ରାସ୍ତା ଅବରୋଧ କରିଥିଲେ। ଫଳ ସ୍ୱରୂପ ଜିଲ୍ଲାରେ ଗାଡି ଚଳାଚଳ ଏକ ପ୍ରକାର ଠପ ହୋଇଥିବା ବେଳେ କାଁଭାଁ ଲୋକେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି। ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଲେ ବାକି ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିଛି ଲୋକେ ସ୍ବତପ୍ରବୃତ ଭାବେ ଏହି ବନ୍ଦ କୁ ସମର୍ଥନ କରିଥିବା ବେଳେ ସୁରକ୍ଷା କୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ଥା କରା ଯାଇଛି ।

ad-week
Leave A Reply

Your email address will not be published.