ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସହିଦ କହିଥିବା ରାଜୁ ଭୈୟାକୁ ପୁଲିସ କଷ୍ଟଡିକୁ ନେଲା

add-all

ପ୍ରୟାଗରାଜ: ଉତ୍ତରପ୍ରଦଶରେ ଆଗକୁ ପୌର ନିର୍ବାଚନ। ଏହି ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ରାଜକୁମାର ସିଂ ବା ରାଜୁ ଭୈୟାଙ୍କୁ ଏବେ ପୁଲିସ କଷ୍ଟଡିକୁ ନେଇଛି। ରାଜୁ ଗ୍ୟାଙ୍ଗଷ୍ଟର ଅତିକ ଅହମଦକୁ ସହିଦ ବୋଲି କହିବା ସହ ତା’ର କବରରେ ତ୍ରିରଙ୍ଗା ପକାଇଥିଲେ। ଏହା ପରେ ଯଦି ମୁଲାୟମ ସିଂଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇପାରୁଛି, ତେବେ ଅତିକକୁ କାହିଁକି ଭାରତ ରତ୍ନ ଦିଆଯାଇପାରିବ ନାହିଁ ବୋଲି କହିଥିଲେ।
ଏଭଳି କହୁଥିବାର ଭିଡିଓ ଭାଇରାଲ ହେବା ପରେ ବିବାଦ ଆରମ୍ଭ ହେବା ସହ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ଏତଲା ମିଳିବା ପରେ ଏବେ ପୁଲିସ ରାଜୁ ଭୈୟ‌ାଙ୍କୁ କଷ୍ଟଡିକୁ ନେଇଛି। ଏହା ସହ ଭିଡିଓ ଭାଇରାଲ ହେବା ମାତ୍ରେ ଦଳ ତାଙ୍କୁ ୬ବର୍ଷ ପାଇଁ ବହିଷ୍କାର କରିଛି।
ରାଜୁ ଭୈୟା ପ୍ରୟାଗରାଜର ଦକ୍ଷିଣ ମଲାକାର ୨୪ ନମ୍ବର ଓ୍ବାର୍ଡରେ କର୍ପୋରେଟର ପ୍ରାର୍ଥୀ ଥିଲେ। ସେ ଦାବି କରିଥିଲେ ଯେ ମୃତକ ଅତିକ ଅହମଦକୁ ଜଣେ ସହିଦର ମାନ୍ୟତା ଦିଆଯାଉ । ତାର ମୃତଦେହ ଉପରେ ତ୍ରିରଙ୍ଗା ପତାକା ରଖାଯିବା ଉଚିତ । ତାକୁ ମଧ୍ୟ ଭାରତ ରତ୍ନ ଦିଆଯିବା ଉତିତ୍ । ଯଦି ମୁଲାୟମ ସିଂଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯାଇପାରୁଛି, ତେବେ ଅତିକକୁ କାହିଁକି ଭାରତ ରତ୍ନ ଦିଆଯାଇପାରିବ ନାହିଁ । କେବଳ ଏତିକି ନୁହେଁ, ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ।

ad-week
Leave A Reply

Your email address will not be published.