ହିଣ୍ଡେନବର୍ଗ ବିବାଦ ଭିତରେ ଶରଦ ପାୱାରଙ୍କୁ ଭେଟିଲେ ଗୌତମ ଆଦାନି…

add-all

ମୁମ୍ବାଇ : ଆମେରିକା ଭିତ୍ତିକ ଶର୍ଟସେଲର କମ୍ପାନୀ ହିଣ୍ଡେଗନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଅଡ଼ୁଆରେ ପଡ଼ିଥିବା ଶିଳ୍ପପତି ଗୌତମ ଆଦାନି ଆଜି ହଠାତ୍‌ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ଭେଟିଛନ୍ତି। ଆଦାନି ଆଜି ଶରଦ ପାୱାରଙ୍କ ମୁମ୍ବାଇ ସ୍ଥିତି ବାସଭବନରେ ପହଞ୍ଚି ବେଶ କିଛି ଘଣ୍ଟା ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି।
ହିଣ୍ଡେନବର୍ଗ ଆଦାନି ଗ୍ରୁପ୍‌ ବିରୋଧରେ ଶେୟାର ହେରଫେର ରିପୋର୍ଟ ପ୍ରକାଶ କରିଥିଲା। ଏହାପରେ ଆଦାନି ଗ୍ରୁପ କ୍ଷତି ସହିବାରେ ଲାଗିଛି। ମିଛ କହି ନିବେଶକଙ୍କୁ ଠକିଥିବା ଅଭିଯୋଗ ପରେ ବିରୋଧୀ ଦଳ ଗୁଡ଼ିକ ପୂରା ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରୁଛନ୍ତି। ହେଲେ କିଛି ଦିନ ତଳେ ଆଦାନି ସମର୍ଥନରେ ଶରଦ ପାୱାର ମତ ରଖିଥିଲେ। ସମର୍ଥନ ମିଳିବା ପରେ ହିଁ ଆଜି ଗୌତମ ଆଦାନି ହଠାତ୍‌ ଶରଦ ପାୱାରଙ୍କୁ ଭେଟିଛନ୍ତି।
ପାୱାରଙ୍କ ସିଲଭର ଓଆକ ବାସଭନରେ ଆଦାନି ପ୍ରାୟ ୨ ଘଣ୍ଟା କାଳ ରହିଥିଲେ। ଏହି ସମୟରେ ସେ ଶରଦ ପାୱାରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ହେଲେ ନିର୍ଦ୍ଦିଷ୍ଟ ଭାବେ କ’ଣ ସବୁ ଆଲୋଚନା ହୋଇଛି, ସେକଥା ଜଣାପଡ଼ିନି।
ଚଳିତ ମାସରେ ଶରଦ ପାୱାର ଖୋଲାଖୋଲି ଭାବେ ଆଦାନି ଗ୍ରୁପ୍‌ର ସମର୍ଥନ କରିଥିଲେ। ଏଥିସହ ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ଅପପ୍ରଚାର କରାଯାଉଥିବା ସେ କହିଥିଲେ।
ସୁପ୍ରିମକୋର୍ଟ କମିଟି ଆଦାନି-ହିଣ୍ଡେନବର୍ଗ ବିବାଦର ତଦନ୍ତ ପାଇଁ ୬ ଜଣିଆ କମିଟି ଗଠନ କରିଥିବାରୁ ଜେପିସି ତଦନ୍ତର ଆବଶ୍ୟକତା ନଥିବା ଶରଦ ପାୱାର କହିଥିଲେ। ଏହାକୁ ନେଇ ବିରୋଧୀ କ୍ୟାମ୍ପରେ ନିରାଶାଭାବ ମଧ୍ୟ ଦେଖାଯାଇଥିଲା।

ad-week
Leave A Reply

Your email address will not be published.