କେମିତି ହୋଇଥିଲା ଅତିକ ଓ ଅସରଫର ହତ୍ୟା, ହସ୍ପିଟାଲ ସାମ୍ନାରେ ସିନ ରିକ୍ରିଏଟ ହେଲା

add-all

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅତିକ ଅହମଦ ଓ ତାର ଭାଇ ଅସରଫର ହତ୍ୟା ମାମଲାର ଯାଞ୍ଚ ଆରମ୍ଭ ହୋଇଯାଇଛି। ଏସଆଇଟି ଓ ନ୍ୟାୟିକ ଆୟୋଗର ଟିମ ଯାଞ୍ଚ ପାଇଁ ହତ୍ୟାକାଣ୍ଡ ହୋଇଥିବା ସ୍ଥାନରେ ପହଞ୍ଚି ଗ୍ୟାଙ୍ଗଷ୍ଟାର ଅତିକ ଓ ଅସରଫର ହତ୍ୟାକାଣ୍ଡର ସିନ ରିକ୍ରିଏଟ କରିଥିଲେ।ଏସଆଇଟି ଓ ନ୍ୟାୟିକ ଆୟୋଗର ଟିମ ପରେ ଫରେନ୍ସିକ ଟିମ ଏହି ଯାଞ୍ଚରେ ସାମିଲ ହୋଇଛି।
ଫଳରେ ହତ୍ୟାକାଣ୍ଡକୁ ନେଇ କିଛି ନୂଆ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଅନୁମାନ କରାଯାଇଛି। ଯେମିତି କି, ହସ୍ପିଟାଲ ପର୍ଯ୍ୟନ୍ତ ହତ୍ୟାକାରୀ କେମିତି ପହଞ୍ଚିଥିଲେ, ଅତିକ ଓ ଅସରଫ ହସ୍ପିଟାଲ ଆସୁଛନ୍ତି ବୋଲି ସେମାନଙ୍କୁ କିଏ ସୂଚନା ଦେଇଥିଲା ଇତ୍ୟାଦି ଇତ୍ୟାଦି।
ମାଫିଆ ଅତିକ ଓ ତାର ଭାଇର ହତ୍ୟା ସମୟରେ ଯେଉଁ ପୁଲିସ ଉପସ୍ଥିତ ଥିଲେ ସେମାନଙ୍କୁ ଏହି ହତ୍ୟା ବିଷୟରେ ପଚରାଉଚରା ସହିତ ସମସ୍ତ ତଥ୍ୟ ଜାଣିବାକୁ ସରକାର ଯାଞ୍ଚ କମିଟି ଗଠନ କରିଥିଲେ। ଏଥିରେ ହାଇକୋର୍ଟର ପୂର୍ବତନ ଜଜଙ୍କୁ କମିଟିର ଅଧ୍ୟକ୍ଷ ଭାବେ ସାମିଲ କରାଯାଇଛି।

ad-week
Leave A Reply

Your email address will not be published.