ଏଣିକି କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ, ଗହଳି ମନା

add-all

ନୂଆଦିଲ୍ଲୀ : ଏଣିକି କୋର୍ଟ ପରିସରରେ ମାସ୍କ ବାଧ୍ୟତାମୂଳକ । କେବଳ ସେତିକି ନୁହେଁ, କୋର୍ଟ ପରିସରରେ ଗହଳି କରିବା ବି ମନା। ଏପରିକି କୋର୍ଟ ପରିସରରେ ଥିବା ପର୍ଯ୍ୟନ୍ତ ପିନ୍ଧିବାକୁ ପଡ଼ିବ ମାସ୍କ । ଏପରି ଆଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି।
ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଏବେ ଉପରମୁହାଁ ଥିବା ବେଳେ ଏପରି କଡ଼ାକଡ଼ି ନିର୍ଦ୍ଦେଶ ଜାରି କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଏହି ନିୟମ ହାଇକୋର୍ଟର ସମସ୍ତ ଆଇନଜୀବୀ, କର୍ମଚାରୀ ତଥା ଆସିଥିବା ସାଧାରଣ ଲୋକଙ୍କ ପାଇଁ ଲାଗୁ ହେବ । କୋଭିଡ ସଂକ୍ରମଣ ରୋକିବାକୁ ହାଇକୋର୍ଟ ପରିସରରେ ଏହି ନିୟମ ଏଣିକି କଡ଼ାକଡ଼ି ଭାବେ ଲାଗୁ ହେବ ।
ଏଥିସହ ହାଇକୋର୍ଟ ପରିସରରେ ଏକ ସଙ୍ଗେ ଅଧିକ ଲୋକଙ୍କ ସମାଗମକୁ ବାରଣ କରାଯାଇଛି। ଏନେଇ ଏକ ସର୍କୁଲାର ଜାରି ହୋଇଛି। ଏହାର କାର୍ଯ୍ୟକାରିତାକୁ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ବି ସର୍କୁଲାରରେ କୁହାଯାଇଛି।
ଗତକାଲି ଦିଲ୍ଲୀରେ ୧୬୦୩ ନୂଆ କୋଭିଡ ମାମଲା ସାମନାକୁ ଆସିଛି। ଦିଲ୍ଲୀରେ ପଜିଟିଭିଟି ରେଟ୍‌ ଏବେ ୨୬.୭୫% ରହିଛି। ଏଥିସହ ଦିଲ୍ଲୀର ସମୁଦାୟ ଆକ୍ଟିଭ କେସ୍‌ ୧୫୨କୁ ବୃଦ୍ଧି ପାଇଛି।
ଗତ ୮ ମାସରେ ଗତକାଲି ସମଗ୍ର ଦେଶରେ ସର୍ବାଧିକ ୧୨,୫୯୧ ନୂଆ କେସ୍‌ ଚିହ୍ନଟ ହୋଇଛି। ସମଗ୍ର ଦେଶରେ ଗତକାଲି ସୁଦ୍ଧା ସମୁଦାୟ ୬୫,୨୮୬ ଆକ୍ଟିଭ କେସ୍‌ ରହିଛି। ସମଗ୍ର ଦେଶରେ ଏବେ ଦୈନିକ ପଜିଟିଭିଟି ହାର ୫.୪୬% ରହିଛି।

ad-week
Leave A Reply

Your email address will not be published.