‘ଏଲ୍‌ ନିନୋ’ ଫେରୁଥିବାରୁ ଚଳିତ ବର୍ଷ ରେକର୍ଡ ତାପମାତ୍ରାର ସମ୍ମୁଖୀନ ହୋଇପାରେ ବିଶ୍ବ

add-all

ବ୍ରୁସେଲ୍‌ଜ୍‌: ଜଳବାୟୁ ପରିବର୍ତ୍ତନ ଏବଂ ‘ଏଲ୍‌ ନିନୋ’ ଫେରୁଥିବାରୁ ୨୦୨୩ କିଂବା ୨୦୨୪ରେ ବିଶ୍ବର ସ୍ବାଭାବିକ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ କହୁଛନ୍ତି।
‘ଜଳବାୟୁ ମଡେଲ୍‌’ ଅନୁସାରେ, ପ୍ରଶାନ୍ତ ମହାସାଗରରେ ‘ଲା ନିନା’ ପାଣିପାଗ ଢାଞ୍ଚା ୩ ବର୍ଷ ରହିବା ପରେ ଏବେ ସେଠାକୁ ‘ଏଲ୍‌ ନିନୋ’ ଫେରୁଛି। ତେଣୁ, ବିଶ୍ବ ତାପମାତ୍ରା ବୃଦ୍ଧି ପାଇବ।
ଉଲ୍ଲେଖଯୋଗ୍ୟ, ‘ଲା ନିନା’ ସାଧାରଣତଃ ବିଶ୍ବ ତାପମାତ୍ରାକୁ ସାମାନ୍ୟ ହ୍ରାସ କରୁଥିବା ବେଳେ ‘ଲା ନିନୋ’ ବିଶ୍ବର ତାପମାତ୍ରାକୁ ବୃଦ୍ଧି କରିଥାଏ। ‘ଏଲ୍‌ ନିନୋ’ ଥିବା ବେଳେ ପଶ୍ଚିମ ଓ ବିଷୁବ ରୈଖୀୟ ଅଞ୍ଚଳରୁ ବାୟୁ ପ୍ରବାହ ମନ୍ଥର ହୋଇଯିବ। ପୂର୍ବ ଆଡ଼କୁ ଉଷ୍ମ ସମୁଦ୍ର ଜଳ ପ୍ରବାହ ଲାଗି ରହିବା ଫଳରେ ସମୁଦ୍ରପୃଷ୍ଠର ତାପମାତ୍ରା ବୃଦ୍ଧି ପାଇବ।
‘ୟୁରୋପୀୟ ୟୁନିୟନ୍‌’ର ‘କୋପର୍‌ନିକସ୍‌ କ୍ଲାଇମେଟ୍‌ ଚେଞ୍ଜ୍‌ ସର୍ଭିସ୍‌’ର ନିର୍ଦେଶକ କାର୍ଲୋ ବ୍ୟୁଓନ୍‌ଟେମ୍ପୋ କହିଛନ୍ତି, ସାଧାରଣତଃ, ବିଶ୍ବସ୍ତରରେ ରେକର୍ଡ ଭାଙ୍ଗିବା ଭଳି ତାପମାତ୍ରା ସହିତ ‘ଏଲ୍‌ ନିନୋ’ ସମ୍ପୃକ୍ତ ଥାଏ। କିନ୍ତୁ, ‘ଏଲ୍‌ ନିନୋ’ର ପ୍ରଭାବ ୨୦୨୩ କିଂବା ୨୦୨୪ରେ ଅନୁଭୂତ ହେବ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୋର ମନେହୁଏ ଏହାର ପ୍ରଭାବ ପଡ଼ିବା ପ୍ରାୟ ୫୦%ରୁ ଅଧିକ ସୁନିଶ୍ଚିତ।
‘ଜଳବାୟୁ ମଡେଲ୍‌’ଗୁଡ଼ିକର ଆକଳନ ଅନୁସାରେ, ଗ୍ରୀ‌ଷ୍ଣ ଶେଷ ବେଳକୁ ‘ଏଲ୍‌ ନିନୋ’ ଅବସ୍ଥା ଫେରିପାରେ। ସେହିପରି, ବର୍ଷ ଶେଷ ଆଡ଼କୁ ବା କିଂବା ଶୀତଋତୁ ବେଳକୁ ଉତ୍କଟ ‘ଏଲ୍‌ ନିନୋ’ ଅବସ୍ଥା ସୃଷ୍ଟି ‌ହୋଇପାରେ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.