ଟ୍ରେନ୍ ଟଏଲେଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା : ବେକରେ କ୍ଷତ ଚି଼ହ୍ନ ଥିବା ନେଇ ପୋଲିସ କଲା ବଡ଼ ଖୁଲାସା

add-all

ଭୁବନେଶ୍ୱର: ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା। Grp ପୋଲିସକୁ ମିଳିଛି ମୃତ ମହିଳାଙ୍କ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ। ମୃତ ମହିଳାଙ୍କ ବେକକୁ କୌଣସି ଏକ ମୁନିଆ ଜିନିଷରେ ଆଘାତ କରାଯାଇଥିବା ଅନୁମାନ କରାଯାଉଛି । ମହିଳାଙ୍କ ବେକରେ ଏକ କ୍ଷତ ଚି଼ହ୍ନ ରହିଛି। ମୃତଦେହରେ ଅନ୍ୟ କେଉଁଟି କ୍ଷତ ଚି଼ହ୍ନ ନାହିଁ ବୋଲି କୁହାଯାଇଛି । ମହିଳାଙ୍କୁ କେହି ହତ୍ୟା କରିଥିବା grp ପୋଲିସ ଅନୁମାନ କରୁଛି।

ଆଜି ଆସିବ ପୂର୍ଣ୍ଣାଙ୍ଗ ପୋଷ୍ଟମର୍ଟମ ରିପୋର୍ଟ। ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳି ପାରିନାହିଁ। ମୃତ ଦେହ ନିକଟରୁ ଏକ ମୋବାଇଲ ଫୋନ ଜବତ ହୋଇଛି।
ଜବତ ମୋବାଇଲ କୁ ଯାଞ୍ଚ ପାଇଁ SFSL କୁ ପଠାଇବ GRP ପୋଲିସ । ଫୋନ୍ ଟି ଓପନ ହେଉନଥିବାରୁ ଏକ୍ସପୋର୍ଟଙ୍କ ଜରିଆରେ ଏହାକୁ ଖୋଲିବା ପାଇଁ ଚେଷ୍ଟା କରାଯିବ । କାରଣ ମିଳିଥିବା ଫୋନ୍ ରୁ ହିଁ ଯୁବତୀଙ୍କ ପରିଚୟ ମିଳିପାରିବ। ତାସହିତ ଫୋନ୍ ଜରିଆରେ ହତ୍ୟାକାରି ପାଖରେ ପହଞ୍ଚି ପାରିବେ ବୋଲି ପୋଲିସ ଅଧିକାରୀ ଆଶା ପ୍ରକାଶ କରିଛନ୍ତି ।

ସେପଟେ ୧୪ ଟି ଷ୍ଟେସନର ସିସିଟିଭି ଯାଞ୍ଚ ପାଇଁ ଷ୍ଟେସନ ଇନଚାର୍ଜଙ୍କୁ ଚିଠି ଲେଖିଲା grp ପୋଲିସ। ଏହାସହ ଭୁବନେଶ୍ୱର ରେଲୱେ ଷ୍ଟେସନର ଯାତ୍ରୀଙ୍କ ଏଣ୍ଟ୍ରି ଓ ଏକ୍ସିଟର ମଧ୍ୟ ଲିଷ୍ଟ ପ୍ରସ୍ତୁତ କରିଛି ପୋଲିସ। ଆଜି ଭୁବନେଶ୍ୱର ରେଲୱେ ଷ୍ଟେସନର ସମସ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯିବ। ଏଥିସହିତ ଘଟଣା ଦିନ ଧାନବାଦ ଏକ୍ସପ୍ରେସରେ ଡିୟୁଟି ରେ ଥିବା ସମସ୍ତ କର୍ମଚାରୀଙ୍କର ତାଲିକା ପ୍ରସ୍ତୁତ କରାଯାଇଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ସେମାନଙ୍କୁ ପଚରା ଉଚରା କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ad-week
Leave A Reply

Your email address will not be published.