ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି

add-all

ଭୁବନେଶ୍ବର: ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ। ଭୁବନେଶ୍ୱର ମହାରାଜା ସିନେମା ହଲ ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି। ଯୁବତୀ ଜଣକ କାରର ବନେଟ ଉପରେ ବସି କାରକୁ ବାହାରକୁ ଛାଡ଼ିନଥିଲେ। ତାଙ୍କ ସହ ଥିବା ଯୁବକ କାର କାଚକୁ ଭାଙ୍ଗି ଦେଇଥିଲେ।

କାର ଭିତରେ ଥିବା ମହିଳା ପଦାକୁ ଆସିବାରୁ ଯୁବତୀଙ୍କ ସହ ମାଡ଼ପିଟ ହୋଇଥିଲେ। ଫଳରେ ଗଣ୍ଡଗୋଳ ଯୋଗୁଁ ସିନେମା ଦେଖି ଫେରୁଥିବା ଲୋକମାନେ ପାର୍କିଂ ପ୍ଲେସରୁ ଅଧଘଣ୍ଟା ଧରି ବାହାରି ପାରିନଥିଲେ। ଖବର ପାଇ ପୋଲିସ ସେଠାରେ ପହଞ୍ଚିବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

ad-week
Leave A Reply

Your email address will not be published.