ଟ୍ରକ ମାଡିଯାଇ ୭ବର୍ଷର ନାବାଳିକାର ମୃତ୍ୟୁ: ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ

add-all

ରେଢାଖୋଲ: ଟ୍ରକ ଚାପାରେ ୭ବର୍ଷର ନାବାଳିକାର ମୃତ୍ୟୁ ପରେ ଉତ୍ତେଜନା। ରାସ୍ତା ଉପରେ ମୃତଦେହ ରଖି ଉତ୍ତ୍ୟକ୍ତ ଗ୍ରାମବାସୀଙ୍କ ରାସ୍ତାରୋକ। ରେଢାଖୋଲ ଥାନା ୫୫ ନଂ ଜାତୀୟ ରାଜପଥର ଝରଣପଦା ଗାଁ ନିକଟରେ ଦୁର୍ଘଟଣା। ରାସ୍ତା କଡ଼ରେ କେନ୍ଦୁ, ଚାର ଆଦି ବିକ୍ରୀ କରୁଥିବା ନାବାଳିକା ଉପରେ ଦ୍ରୁତଗତିରେ ଆସି କୋଇଲା ବୋଝେଇ ଟ୍ରକ ମାଡିଯାଇଥିଲା। ଘଟଣାସ୍ଥଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଗାଡ଼ି ଛାଡି ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଛି।

ମୃତ ନାବାଳିକା ଜଣକ ଝରଣାପଦ ଗାଁର ୭ବର୍ଷୀୟା ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ମୃତ ନାବାଳିକାଙ୍କ ପରିବାର ଓ ଗ୍ରାମବାସୀ ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଛି। ରେଡକ୍ରସ ପକ୍ଷରୁ କ୍ଷତିପୂରଣ ଦିଆଯିବା ପରେ ସ୍ୱଭାବିକ ହୋଇଛି ରାସ୍ତାରୋକ ପ୍ରତ୍ୟାହାର ହୋଇଥିବା ଅତିରିକ୍ତ ତହସିଲଦାର କହିଛନ୍ତି।

ad-week
Leave A Reply

Your email address will not be published.