ବିକ୍ଷୋଭ ବେଳେ ପୁଲିସ୍‌କୁ ଚାପୁଡ଼ା ଓ ଧକ୍କା ମାରିଲେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଭଉଣୀ

add-all

ହାଇଦ୍ରାବାଦ : ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ତଥା ୱାଇଏସ୍‌ଆର ତେଲେଙ୍ଗାନା ପାର୍ଟିର ନେତା ୱାଇଏସ ଶର୍ମିଲା ବିକ୍ଷୋଭ ବେଳେ ପୁଲିସ୍‌କୁ ଚାପୁଡ଼ା ଓ ଧକ୍କା ମାରିଛନ୍ତି। ସେ ପୁଲିସ୍‌ କର୍ମଚାରୀମାନଙ୍କୁ ଠେଲାପେଲା କରିବାରୁ ତାଙ୍କୁ ଅଟକ ରଖାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତି ପାଇଁ ହୋଇଥିବା ପରୀକ୍ଷାର ପ୍ରଶ୍ନ ଲିକ୍‌ ହୋଇଥିବା ଅଭିଯୋଗର ତଦନ୍ତ ଏସ୍‌ଆଇଟି କରୁଛି। ଆଜି ଶର୍ମିଲା ନିଜର ଅସନ୍ତୋଷ ପ୍ରକାଶ କରି ଏସ୍‌ଆଇଟି ଅଫିସ ଭିତରକୁଚ ଯିବା ପାଇଁ ଚେଷ୍ଟା କରିଥିଲେ। ତାଙ୍କ ଗାଡ଼ିକୁ ପୁଲିସ୍‌ କର୍ମଚାରୀମାନେ ଅଟକାଇବାରୁ ସେ ଠେଲାପେଲା କରିବା ସହ ପୁଲିସ୍‌ କର୍ମଚାରୀଙ୍କୁ ଚାପୁଡ଼ା ମଧ୍ୟ ମାରିଛନ୍ତି।
ଏନଆଇଏ ପକ୍ଷରୁ ପୂରା ଘଟଣା ବେଳର ଭିଡିଓ ଜାରି କରାଯାଇଛି। ଶର୍ମିଲାଙ୍କ କାର୍‌ ଏସଆଇଟି ଅଫିସ ଭିତରକୁ ଯିବା ପାଇଁ ଚେଷ୍ଟା କରୁଥିବା ବେଳେ ଏହାକୁ ପୁଲିସ୍‌ ଅଟକାଇଥିଲା। କାର୍‌ ଅଟକିବା ପରେ ସେ ଜଣେ ପୁଲିସ୍‌ କର୍ମଚାରୀଙ୍କ ପାଖକୁ ଚାଲି ଚାଲି ଯାଇଥିଲେ। ଏହାପରେ ତାଙ୍କୁ ଚାପୁଡ଼ା ଓ ଧକ୍କା ମାରିଥିଲେ।
ଏହାକୁ ନେଇ ପୁଲିସ୍‌ କର୍ମଚାରୀ ଓ ଶର୍ମିଲାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏତିକି ବେଳେ ଅନ୍ୟ ମହିଳା ପୁଲିସ୍‌ କର୍ମଚାରୀମାନେ ଶର୍ମିଲାଙ୍କୁ ସେଠାରୁ ଭିଡ଼ି ଆଣିବାକୁ ଚେଷ୍ଟା କରିଥିଲେ।
ଆଉ ଏକ ଭିଡିଓରେ ଶର୍ମିଲା ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କୁ ମଧ୍ୟ ଚାପୁଡ଼ା ମାରିଥିଲେ। ମହିଳା ପୁଲିସ୍‌ କର୍ମଚାରୀ ଜଣଙ୍କ ତାଙ୍କ ହାତ ଧରି ସେଠାରୁ ନେବାକୁ ଚେଷ୍ଟା କରୁଥିବା ବେଳେ ଏପରି ଘଟଣା ଘଟିଥିଲା। ତେବେ ବେଶ କିଛି ସମୟର ଧସ୍ତାଧସ୍ତି ପରେ ପୁଲିସ୍‌ ଶର୍ମିଲାଙ୍କୁ ଜୁବଲି ହିଲ୍ସ ପୁଲିସ୍‌ ଷ୍ଟେସନକୁ ନେଇ ଅଟକ ରଖିଛି।
ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାର ପ୍ରଶ୍ନ ଲିକ୍‌ ହେବା ଘଟଣାକୁ ନେଇ ପୂରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି। ଏହି ଘଟଣାରେ ୧୧ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଛି। ଏହାକୁ ନେଇ ବିରୋଧୀ କେସିଆର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ad-week
Leave A Reply

Your email address will not be published.