ସଞ୍ଜୟ ରାଉତଙ୍କ ‘ଡେଥ ୱାରେଣ୍ଟ’ ବୟାନକୁ ଫଡନାଭିସଙ୍କ ‘ଡୋପିଂ’ କାଉଣ୍ଟର

add-all

ମୁମ୍ବାଇ : ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାରଙ୍କୁ ‘ଡେଥ ୱାରେଣ୍ଟ’ ବୟାନ ଦ୍ୱାରା ବାଣ ମାରିଛନ୍ତି ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ସାଂସଦ ସଞ୍ଜୟ ରାଉତ। ତେବେ ତାଙ୍କର ଏହି ଡେଥ ୱାରେଣ୍ଟ ବୟାନକୁ କ୍ରୀଡ଼ାରେ ବ୍ୟବହାର ହେଉଥିବା ଡୋପିଂ ଶବ୍ଦର ବ୍ୟବହାର କରି କାଉଣ୍ଟର କରିଛନ୍ତି ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ।
ଗୋଟିଏ ରେସଲିଂ କାର୍ଯ୍ୟକ୍ରମରେ ସେ ସଞ୍ଜୟ ରାଉତଙ୍କ ନାଁ ନନେଇ ତାଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ରାଜନୀତିରେ ମଧ୍ୟ ରେସଲିଂ ବା କୁସ୍ତି ଚାଲୁଛି। ଆମେ ସମସ୍ତେ ଜାଣିଛେ ଯେ କିଛି ରେସଲର ଡୋପିଂ ପାଇଁ ବ୍ୟାନ ହୋଇଥିଲେ। ଏବେ ରାଜନୀତିରେ ଥିବା କିଛି ବ୍ୟକ୍ତି ଆଜି ମଧ୍ୟ ସକାଳ ୯ଟାରୁ ଅଧିକ ଉତ୍ସାହିତ ହୋଇ ପଡ଼ୁଛନ୍ତି ଓ ରେସଲର ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଡୋପରେ ବିଫଳ ହେଉଥିବା ରେସଲରଙ୍କୁ ଉକ୍ତ କ୍ରୀଡ଼ାରୁ ହିଁ ବିଦା ହେବାକୁ ପଡ଼ୁଛି। ଆମେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଲଢ଼େଇ ଜିତିଛୁ। ଆପଣଙ୍କ ଆଶୀର୍ବାଦ ରହିଛି। ଆମକୁ ଏମିତି ଆଶୀର୍ବାଦ କରନ୍ତୁ। ଆମେ ୨୦୨୪ରେ ମଧ୍ୟ ଜିତିବୁ।”
ଏହାପୂର୍ବରୁ ସଞ୍ଜ ରାଉତ କହିଥିଲେ ଯେ ସିନ୍ଦେଙ୍କ ନେତୃତ୍ୱାଧୀନ ମହାରାଷ୍ଟ୍ର ସରକାର ବିରୋଧରେ ମୃତ୍ୟୁ ପରୱାନା ବା ଡେଥ ୱାରେଣ୍ଟ ଜାରି ହୋଇ ସାରିଛି। ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଏହା ଭୁଶୁଡ଼ି ପଡ଼ିବ। ତାଙ୍କ ଦଳ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛି। ଆଶା ସବୁ ପ୍ରକାରର ନ୍ୟାୟ ମିଳିବ ବୋଲି ସେ କହିଛନ୍ତି।
ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପିକୁ ଯାଇଥିବା ଶିବସେନାର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ରହିଛି। ସୁପ୍ରିମକୋର୍ଟ ଏମାନଙ୍କୁ ଅଯୋଗ୍ୟ ଘୋଷଣା କଲେ ସିନ୍ଦେ ସରକାର ଭାଙ୍ଗିଯିବ ବୋଲି ସଞ୍ଜୟ ରାଉତ ଆଶା ରଖିଛନ୍ତି।

ad-week
Leave A Reply

Your email address will not be published.