ଟ୍ରେନ୍ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣା, ପୋଷ୍ଟର ଲଗାଇଲା GRP

Independence

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରେ ଏକ ଟ୍ରେନ ଟଏଲଟରେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ପୋଷ୍ଟର ଲଗାଇଲା GRP। ମୃତ ମହିଳାଙ୍କ ପରିଚୟ ଜାଣିବାକୁ ଭୁବନେଶ୍ୱର ଷ୍ଟେସନ, ରାଜ୍ୟ ବାହାର ଷ୍ଟେସନ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟର ଲଗାଯାଇଛି। ସେଥିରେ ମହିଲାଙ୍କ ଶାରୀରିକ ଗଠନ, ପ୍ୟାଣ୍ଟ ସାର୍ଟ ଓ ରଙ୍ଗର ବର୍ଣ୍ଣନା କରାଯାଇଛି।

ମୃତ ମହିଳାଙ୍କ ବିଷୟରେ ଯେଉଁ ବ୍ୟକ୍ତି ଖବର ଦେବେ ତାଙ୍କ ପରିଚୟ ଗୋପନ ରଖାଯିବା ସହ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛି GRP। ମହିଳାଙ୍କ ପରିଚୟ ମିଳିବା ପରେ ହତ୍ୟା ରହସ୍ୟରୁ ପରଦା ହଟିବ ବୋଲି ପୋଲିସ ଆସା ରଖିଛି।

ଭୁବନେଶ୍ୱର ସତ୍ୟନଗର କୋଚିଂ ୟାର୍ଡ଼ରେ ଧାନବାଦ ଏକ୍ସପ୍ରେସର ଟଏଲେଟରୁ ଅଚିହ୍ନା ମହିଳାଙ୍କ ମୃତଦେହ ମିଳିବା ଘଟମାକୁ ୪ ଦିନ ପୁରିଛି। ତଥାପି କିଏ ଓ କାହିଁକି ହତ୍ୟା କଲା ଏଯାଏଁ ଜଣାପଡ଼ିନି। ଆଜି ସତ୍ୟନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ। ଶେଷକୃତ୍ୟ ପୂର୍ବରୁ ମହିଳାଙ୍କ ହାଡ଼, ଚୁଟି ଓ ପୋଷାକର ଫଟୋ ଉଠାଇ ରଖିବ ପୋଲିସ।

ad-week
Leave A Reply

Your email address will not be published.