ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ

add-all

ଅନୁଗୋଳ: ଦଳିଦେଲା ଦନ୍ତା। ଅନୁଗୋଳ ଜିଲ୍ଲା ବଡ଼କନ୍ତକୁଳ ଗାଁରେ ହାତୀ ଆକ୍ରମଣରେ ଦୁଇ ମୃତ । ମୃତକ ଦୁଇ ଜଣ ମୁନି ପ୍ରଧାନ ଓ ଗୌରୀ ରାଉଳ । ଘର ପାଖ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିବାବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଦୁଇ ଜଣଙ୍କୁ ଦଳି ଦେଇଥିଲା।

ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ଦେଖାଦେଇଛି।

ad-week
Leave A Reply

Your email address will not be published.