‘ମୁଁ ବିଜେପି ଓ ଆରଏସ୍‌ଏସ୍‌ ପାଇଁ କରୋନା ଭାଇରସ୍‌’

add-all

ନୂଆଦିଲ୍ଲୀ : ପୁଣି ଥରେ ଜୋରସୋରରେ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଛି ବାକ୍‌ ଯୁଦ୍ଧ । ମଧ୍ୟପ୍ରଦେଶର ଜଳ ସମ୍ପଦ ମନ୍ତ୍ରୀ ତୁଳସୀରାମ ଶିଲୱାଟ ପୁରୁଖା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ କରୋନା ଭାଇରସ କହିବାକୁ ପଛାଇ ନାହାନ୍ତି। ଆଉ ଏହାର ମୁହଁତୋଡ଼ ଜବାବ ଦେଇଛନ୍ତି ଦିଗବିଜୟ। ସେ କହିଛନ୍ତି, ମୁଁ ବିଜେପି ପାଇଁ ତଥା ଆରଏସ୍‌ଏସ୍‌ ପାଇଁ କରୋନା ଭାଇରସ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ତୁଳସୀରାମ କହିଥିଲେ ଯେ ଦିଗବିଜୟ ସିଂହ କଂଗ୍ରେସ ପାଇଁ କରୋନା ଭାଇରସ୍। ଏଥିସହ ଦିଗବିଜୟଙ୍କୁ ଚାଇନାରେ ପୁନଃଜନ୍ମ ଦେବାକୁ ପ୍ରଭୁ ମହାକାଳଙ୍କ ନିକଟରେ ସେ ପ୍ରାର୍ଥନା କରିବେ ବୋଲି କହିଥିଲେ।
ଏହା ଶୁଣି ରାଗି ନିଆଁ ବାଣ ହୋଇ ଯାଇଥିଲେ ଦିଗବିଜୟ। ସେ କହିଥିଲେ, ମୁଁ କରୋନା ଭାଇରସ। କିନ୍ତୁ କଂଗ୍ରେସ ପାଇଁ ନୁହେଁ। ମୁଁ ବିଜେପି ଓ ଆରଏସ୍‌ଏସ୍ ପାଇଁ ମହାମାରୀ। ଦିଗବିଜୟ ଆହୁରି କହିଥିଲେ, ବିଜେପିରେ ଯୋଗ ଦେବା ପରଠୁ ହଠାତ୍‌ କିପରି ତୁଳସୀରାମ ଶିଲୱାଟଙ୍କ ବ୍ୟବସାୟ ବଢ଼ିଗଲା?
ତୁଳସିରାମ ସିଲୱାଟ ପୂର୍ବରୁ କଂଗ୍ରେସରେ ଥିଲେ। ୨୦୨୦ରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘନିଷ୍ଠ।

ad-week
Leave A Reply

Your email address will not be published.