ସମଲିଙ୍ଗୀ ଦମ୍ପତିଙ୍କୁ କେମିତି ମିଳିବ ସାମାଜିକ ସୁରକ୍ଷା? କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

add-all

ନୂଆଦିଲ୍ଲୀ : ସମଲିଙ୍ଗୀ ଦମ୍ପତିଙ୍କୁ ମୌଳିକ ସାମାଜିକ ଅଧିକାର ପ୍ରଦାନ କରିବା ଦିଗରେ ସରକାର ଉପଯୁକ୍ତ ମାଧ୍ୟମ ବାହାର କରିବେ ଉଚିତ। ବିଶେଷ କରି ଯୁଗ୍ମ ଆକାଉଣ୍ଟ ଖୋଲିବା କିମ୍ବା ବୀମା ପଲିସିରେ ପାର୍ଟନଙ୍କୁ କେମିତି ନୋମିନେଟ କରିବ ହେବ, ତା’ର ବ୍ୟବସ୍ଥା କରାଯିବା ଦରକାର ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।
ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ଏକାଧିକ ଆବେଦନ ଶୁଣାଣି କରିବେ ବେଳେ ସର୍ବୋଚ୍ଚ ଅଦାଲତ ଏପରି କହିଛନ୍ତି। କେନ୍ଦ୍ର ସରକାର ଏହି ଆବେଦନକୁ ବିରୋଧ କରୁଥିବା ବେଳେ ସୁପ୍ରିମକୋର୍ଟ ଏହାର ମାରଥନ ଶୁଣାଣି ଜାରି ରଖିଛନ୍ତି।
ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ଗୋଟିଏ ସପ୍ତାହ ହେଲାଣି ଏ ସଂକ୍ରାନ୍ତ ଆବେଦନର ଶୁଣାଣି କରି ଚାଲିଛନ୍ତି। ଆଜି ଶୁଣାଣି ବେଳେ ସମଲିଙ୍ଗୀ ଦମ୍ପତିଙ୍କୁ କେମିତି ମୌଳିକ ସାମାଜିକ ସୁରକ୍ଷା ମିଳିବ ସେନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏଥିସହ ସଲିସିଟର ଜେନେରାଲଙ୍କୁ ଉପଯୁକ୍ତ ଜବାବ ଦାଖଲ କରିବାକୁ କହିଛନ୍ତି। ମେ’ ୩ ତାରିଖ ସୁଦ୍ଧା କେନ୍ଦ୍ର ସରକାର ଏହାର ଜବାବ ରଖିବେ।
ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, “ଆମେ ବୈବାହିକ ସମ୍ପର୍କର ବ୍ୟାପକ ତତ୍ତ୍ୱକୁ ବୁଝିବାକୁ ଚାହୁଁଛୁ। ଲମ୍ବା ସମୟ ଧରି ଏକାଠି ରହିବାକୁ ମଧ୍ୟ ବିବାହ ଭାବେ ବିଚାର କରାଯାଏ। ବ୍ୟାଙ୍କିଙ୍ଗ, ବୀମା ଭଳି ସାମାଜିକ ସୁରକ୍ଷାର ଆବଶ୍ୟକତା ସମୟରେ କେନ୍ଦ୍ର ସରକାରଙ୍କୁ କିଛି କରିବାକୁ ପଡ଼ିବ।
ଆମେ ଆପଣଙ୍କ ଯୁକ୍ତିକୁ ଗ୍ରହଣ କରୁଛୁ। ଯଦି ଏହା ବ୍ୟବସ୍ଥାପିକା ସଭା କାମ ତା’ହେଲେ, ଏବେ କ’ଣ ହେବ? ସରକାର ସହବାସ ସମ୍ପର୍କ ରଖୁଥିବା ଲୋକଙ୍କ ସହିତ କ’ଣ କରିବେ? ସେମାନଙ୍କ ସାମାଜିକ କଲ୍ୟାଣ ଓ ନିରାପତ୍ତା ପାଇଁ କ’ଣ ପଦକ୍ଷେପ ନେବେ? ସେମାନେ ସାମାଜିକ ବାସନ୍ଦର ଶିକାର ଯେମିତି ନ ହେବେ ସେକଥାକୁ କେମିତି ନିଶ୍ଚିତ କରିବେ?

ଦିନକ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁ କହିଥିଲେ ଯେ ସଂସଦ ଆଇନର କୋର୍ଟ ନୁହେଁ। ସଂସଦରେ ସମଲିଙ୍ଗୀ ବିବାହକୁ ନେଇ ବିତର୍କ ହେବା ଉଚିତ। ତେବେ ଏହି ପ୍ରସଙ୍ଗକୁ ନ୍ୟାୟପାଳିକା ବନାମ ସରକାର କରିବାକୁ ସେ ଚାହୁଁ ନଥିବା ସ୍ପଷ୍ଟ କରିଥିଲେ।

ad-week
Leave A Reply

Your email address will not be published.