ପ୍ଲାଷ୍ଟିକରୁ ଇଟା ତିଆରି କଲେ ଯୁବତୀ…

add-all

ନାଇରୋବି: ପ୍ଲାଷ୍ଟିକ୍ କେତେ ବିପଜ୍ଜନକ, ଏହା ତ ଆପଣ ନିଶ୍ଚୟ ଜାଣିଥିବେ | ପ୍ଲାଷ୍ଟିକ ଯେଭଳି ଆମ ପରିବେଶକୁ ପ୍ରଦୂଷିତ କରୁଛି ତାହାକୁ ନେଇ ପରିବେଶବିତ ଚିନ୍ତାରେ ପଡିଯାଇଛନ୍ତି | ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ପୁନଃବ୍ୟବହାର କରିବା ପାଇଁ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଯାଉଛି ଆଉ ଏହି କ୍ରମରେ ଜଣେ କେନିଆ ମହିଳା ପ୍ଲାଷ୍ଟିକକୁ ବ୍ୟବହାର କରି ଇଟା ତିଆରି କରିଛନ୍ତି। ପ୍ଲାଷ୍ଟିକରେ ନିର୍ମିତ ଏହି ଇଟା ଗୁଡିକ ସିମେଣ୍ଟ ଇଟା ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ଦାବି କରାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନିଆର ଏହି ମହିଳାଙ୍କ ନାମ ନାଜମ୍ବୀ ମେଟେ ହୋଇଥିବାବେଳେ ତାଙ୍କର କହିବାନୁସାରେ, ଏହି ଇଟାଗୁଡିକ ସିମେଣ୍ଟ ଇଟାଠାରୁ କେବଳ ୪ରୁ ୫ଗୁଣ ଅଧିକ ଶକ୍ତିଶାଳୀ ନୁହେଁ, ବରଂ ଶସ୍ତାରେ ପ୍ରସ୍ତୁତ ହୋଇଥାଏ | ସୂଚନାନୁସାରେ, ପ୍ଲାଷ୍ଟିକରେ ନିର୍ମିତ ଏହି ଇଟାକୁ ରାସ୍ତା ଏବଂ ଘର ତିଆରିରେ ବ୍ୟବହାର କରାଯାଇପାରିବ |

ବିଶେଷ କଥା ହେଉଛି ଯେ ନାଜମ୍ବୀ ମେଟେଙ୍କ ଦ୍ୱାରା ପ୍ଲାଷ୍ଟିକରେ ନିର୍ମିତ ଇଟାକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଉଲ୍ଲେଖ ଥାଉ କି ଏହା ପ୍ରଥମ ଘଟଣା ନୁହେଁ, ଯେତେବେଳେ ପ୍ଲାଷ୍ଟିକ ସମସ୍ୟାର ସମାଧାନ ପାଇଁ ଏଭଳି ନିଆରା ଉଦ୍ଭାବନ କରାଯାଇଛି | କିଛି ବର୍ଷ ପୂର୍ବେ ଭାରତର ରାଜାଗୋପାଲନ୍ ବାସୁଦେବନ୍ ନାମକ ଜଣେ ପ୍ରଫେସର ଦେଶରେ ପ୍ଲାଷ୍ଟିକ୍ ମାଧ୍ୟମରେ ରାସ୍ତା ତିଆରି କରିବାର ପ୍ରଯୁକ୍ତିବିଦ୍ୟା ଦେଇଥିଲେ । ତ୍ୟାଗରାଜନ୍ ବିଶ୍ୱବିଦ୍ୟାଳୟରେ ଡିନ୍ ଭାବରେ କାର୍ଯ୍ୟ କରୁଥିବା ରାଜଗୋପାଲନ୍ ତାଙ୍କ ଲ୍ୟାବରେ ରାସ୍ତା ତିଆରିରେ ବ୍ୟବହୃତ ବିଟୁମେନ ଏବଂ ପ୍ଲାଷ୍ଟିକର ମିଶ୍ରଣରେ ପରୀକ୍ଷଣ କରିଥିଲେ। ଆହୁରି ମଧ୍ୟ, ତାଙ୍କ ଅନୁସନ୍ଧାନରେ ସେ ଜାଣିବାକୁ ପାଇଥିଲେ ଯେ ବିଟୁମେନ ଏବଂ ପ୍ଲାଷ୍ଟିକର ମିଶ୍ରଣ ଦ୍ୱାରା ଏକ ମଜଭୁତ ରାସ୍ତା ତିଆରି କରାଯାଇପାରିବ |

ad-week
Leave A Reply

Your email address will not be published.