ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି: ସୌମ୍ୟରଂଜନ

add-all

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ସେ କହିଛନ୍ତି, ଚାବି ହଜିବା ଘଟଣାକୁ ମୁଁ ଗ୍ରହଣ କରି ପାରିନାହିଁ। କିନ୍ତୁ ଏହାକୁ ଗୁରୁତର ସହ ବିଚାର କରିବାର ଆବଶ୍ୟକତା ରହିଛି। ସବୁ ଘଟଣାରେ ରାଜନୀତି କାହିଁକି କରାଯାଉଛି। ମହାପ୍ରଭୁ ଜଗନ୍ନାଥ ବୋଧେ ଆମକୁ ପରୀକ୍ଷା କରିବା ପାଇଁ ଚାବି ହଜେଇ ଦେଇଥିଲେ ବୋଲି ଭାବିବାକୁ ପଡ଼ିବ।

ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି। ବାଦ ବିବାଦ ରହିବ। ଯେ କୌଣସି ନୂଆ କାମ କଲେ ବାଦ ବିବାଦ ରହିବ। କିନ୍ତୁ ଯେଉଁମାନେ ଯାଞ୍ଚ ଦାବି କରୁଛନ୍ତି, ସେମାନେ ଯାଞ୍ଚ ପାଇଁ ପ୍ରସ୍ତୁତ ଅଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ।

nis-ad
Leave A Reply

Your email address will not be published.